ବର୍ଷା ଯୋଗୁଁ ରାସ୍ତାରେ ଗର୍ତ୍ତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ଭଞ୍ଜନଗର-ଆସ୍କା ମୁଖ୍ୟ ସଡ଼କ କଣ୍ଟେଇପଲ୍ଲୀ-ସୋମନାଥ ପଲ୍ଲୀ ମଧ୍ୟରେ ଆଜି ସକାଳୁ ଏକ ସାମାନ୍ୟ ଗାତ ସୃଷ୍ଟି ହୋଇଥିଲା ।ଗୋବରାରୁ ଭଞ୍ଜନଗର ଯାଉଥିବା ଦୁଇଜଣ ମୋଟର ସାଇକେଲ ଆରୋହୀ ଜଣଙ୍କ ଆଗ ଚକଟି ଗାତରେ ପଶିଯିବାରୁ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଭଞ୍ଜନଗର ବାହାଡାପଦର ଗ୍ରାମର ରାମହରି ନାୟକ ଆହତ ହୋଇଥିଲେ ।ସୋମନାଥ ପଲ୍ଲୀର କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବା ସହ ଗାତର ଉଭୟ ପାର୍ଶ୍ବରେ ଦୁଇଟି ପଥର ରଖିଥିଲେ ।ପ୍ରବଳ ବର୍ଷା ଯୋଗୁଁ ଛୋଟିଆ ଗାତଟି ସଂଧ୍ୟା ବେଳକୁ ଏକ ବିରାଟ ଗର୍ତ୍ତରେ ପରିଣତ ହୋଇଥିବା କିଛି ଲୋକ ପ୍ରକାଶ କରିଛନ୍ତି ।ସଂଧ୍ୟା ସୁଦ୍ଧା ରାସ୍ତା ଘାଟ ଓ ଗୃହ ନିର୍ମାଣ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନଥିବା ଜଣାପଡିଛି ।ଉଠାଣି ଓ ବୁଲାଣି ରାସ୍ତାରେ ଗାତଟି ଥିବାରୁ ଦୁର୍ଘଟଣା ଘଟି ଧନଜିବନ କ୍ଷୟକ୍ଷତିର ହେବାର ସମ୍ଭାବନା ରହିଛି ।


