“ବାହୁବଳୀ’ ପ୍ରଭାସ ଛାଡ଼ି ଦେଇଥିଲେ ବଡ଼ ବଡ଼ ଅଫର୍‌

ସାଉଥ୍ ସୁପରଷ୍ଟାର୍ ପ୍ରଭାସଙ୍କ ଲୋକପ୍ରିୟତା ଏବେ ଆକାଶ ଛୁଇଁବାକୁ ଲାଗିଲାଣି । ଏବେ ସେ ଆଉ କେବଳ ସାଉଥ୍ ସୁପରଷ୍ଟାର୍ ହୋଇ ରହିନାହାନ୍ତି । ଏବେ ସେ ବଲିଉଡ୍ ପ୍ରେମୀଙ୍କର ବି ସୁପରଷ୍ଟାର୍ ହୋଇଯାଇଛନ୍ତି । କେବଳ ଏତିକି ନୁହେଁ ଫିଲ୍ମ “ବାହୁବଳୀ’ରେ ତାଙ୍କର ଦମଦାର ଅଭିନୟ ଦେଖି ସାରା ଦୁନିଆରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଛି । ନିକଟରେ ଲଣ୍ଡନରେ ମଧ୍ୟ ଏହି ଫିଲ୍ମକୁ ଷ୍ଟାଣ୍ଡିଂ ଓଭେଶନ୍ ମିଳିଥିଲା ।
ପ୍ରଭାସଙ୍କର ଅସଲ ନାଁ ହେଉଛି “ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟ୍ଟି’ । ଏ ହେଉଛନ୍ତି ଏକମାତ୍ର ସାଉଥ ଇଣ୍ଡଷ୍ଟ୍ରିର ହିରୋ ଯାହାଙ୍କ ମୂର୍ତ୍ତି ବ୍ୟାଙ୍କକର ମ୍ୟାଡାମ୍ ତୁସାଦ୍ ମ୍ୟୁଜିୟମରେ ରହିଛି । ପ୍ରଭାସ ଏକ ଫିଲ୍ମି ପରିବାରରେ ଜନ୍ମ ହୋଇଛନ୍ତି । ତାଙ୍କ ପିତା ସୂର୍ଯ୍ୟନାରାୟଣ ରାଜୁ ଜଣେ ଫିଲ୍ମ ପ୍ରଯୋଜକ ଓ ତାଙ୍କ ଦାଦା କୃଷ୍ଣମ୍ ରାଜୁ ଜଣେ ତେଲୁଗୁ ଅଭିନେତା ।
ପ୍ରଭାସ ୨୦୦୨ରେ ଫିଲ୍ମ “ଈଶ୍ୱର’ରୁ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୪ରେ ଫିଲ୍ମ “ଆକ୍ସନ୍ ଜ୍ୟାକ୍ସନ୍‌’ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଅବଶ୍ୟ ଏଥିରେ ତାଙ୍କର କେବଳ ସ୍ପେଶାଲ୍ ଆପିୟରାନ୍ସ ଥିଲା । “ବାହୁବଳୀ: ଦ ବିଗନିଂ’ ପାଇଁ ପ୍ରଭାସ ନିଜ କ୍ୟାରିୟରର୍ ସହ ଅନେକ ବଡ଼ ରିସ୍କ ନେଇଥିଲେ । ସେ ୫ ବର୍ଷ ଯାଏ କୌଣସି ଅନ୍ୟ ପ୍ରୋଜେକ୍ଟରେ ହାତ ମାରି ନଥିଲେ । ଏପରିକି ସେ ବଲିଉଡର ଷ୍ଟାର ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂଶାଲୀଙ୍କ ଫିଲ୍ମକୁ ମଧ୍ୟ ମନା କରିଦେଇଥିଲେ । କେବଳ ଏତିକି ନୁହେଁ, ସେ ଏହି ଫିଲ୍ମ ପାଇଁ ଏକ ୧୦ କୋଟିର ଆଡ୍ ଓ ଆହୁରି ଅନେକ ବଡ଼ ବଡ଼ ପ୍ରାଜେକ୍ଟ ଛାଡ଼ିଦେଇଥିଲେ ।
“ବାହୁବଳୀ’ ପାଇଁ ୫ ବର୍ଷ ଅନ୍ୟ କିଛି କାମ ନ କରିବାରୁ ପ୍ରଭାସଙ୍କ ପାଖରେ ଆଉ ଟଙ୍କା ବଞ୍ଚି ନଥିଲା । ସେ ଆର୍ଥିକ ସମସ୍ୟାରେ ମଧ୍ୟ ପଡ଼ିଯାଇଥିଲେ । ହେଲେ ଏହି ଫିଲ୍ମ ରିଲିଜ୍ ହେବା ପରେ ଏହା ୱାର୍ଲଡୱାଇଡ୍ ୧୭୦୦ କୋଟି ଟଙ୍କା ଆୟ କରିଥିଲା । ପ୍ରଭାସ ମଧ୍ୟ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ପାରିଶ୍ରମିକ ନେଇଥିଲେ । ପ୍ରଭାସ ଏହି ଫିଲ୍ମ ପାଇଁ ୨୫ କୋଟି ନେଇଥିଲେ । ଏବେ ସେ ଫିଲ୍ମ ପାଇଁ ୩୦ କୋଟି ନେଉଛନ୍ତି । ପ୍ରଭାସ ପିଲାଟିବେଳୁ ଟିକେ ଲାଜକୁଳା । ହେଲେ ତାଙ୍କ ଫିମେଲ୍ ଫାନ୍‌ଙ୍କ ସଂଖ୍ୟା ଢେର୍ ଅଧିକ । ସୂଚନା ଅନୁଯାୟୀ ଏବେ ପର୍ଯ୍ୟନ୍ତ ପ୍ରଭାସଙ୍କ ପାଇଁ ୫ ହାଜାରରୁ ଅଧିକ ବାହାଘର ପ୍ରସ୍ତାବ ଆସିସାରିଲାଣି । ପ୍ରଭାସଙ୍କର ପ୍ରିୟ ଖାଦ୍ୟ ହେଉଛି ଚିକେନ୍ ବିରିୟାନୀ । ପ୍ରଭାସ ହୋଟେଲ୍ ଇଣ୍ଡଷ୍ଟ୍ରୀରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ । ପ୍ରଭାସଙ୍କୁ ବଲିଉଡ୍ ଫିଲ୍ମ ଦେଖିବାକୁ ଭାରି ଭଲ ଲାଗେ । ସବୁଠୁ ଅଧିକ ସେ ଆମୀର ଖାନ୍‌ଙ୍କ ଫିଲ୍ମ “୩ ଇଡିୟଟ୍ସ’ ଓ ଅମିତାଭଙ୍କ ଫିଲ୍ମ “ସୋଲେ’ ଦେଖିଛନ୍ତି । ତାଙ୍କର ପ୍ରିୟ ବଲିଉଡ୍ ଅଭିନେତା ହେଉଛନ୍ତି ସଲମାନ୍ ଖାନ୍ ଓ ଶାହାରୁଖ ଖାନ୍ । ସେହିପରି ତାଙ୍କର ପ୍ରିୟ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ୍ ଓ ଆଲିଆ ଭଟ୍ଟ । ସେ ଦୀପିକାଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାଁନ୍ତି । ଚର୍ଚ୍ଚା ହୁଏ ଯେ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ପ୍ରଭାସ ଡେଟ୍ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ସେମାନେ ଦୁହିଁଜଣ କେହି ବି ମୁହଁ ଖୋଲି ନାହାଁନ୍ତି । ଦୁହେଁ ପରସ୍ପରକୁ ୧୦ ବର୍ଷ ହେଲା ଜାଣିଛନ୍ତି ଓ ପରସ୍ପରର ଭଲ ବନ୍ଧୁ ମଧ୍ୟ । ଏମାନେ ଏକାଠି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏ ଦୁହିଁଙ୍କ ଯୋଡ଼ିକୁ ସାଉଥର ସବିଠୁ ହିଟ୍ ଯୋଡ଼ି ବୋଲି କୁହାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ