ବହୁ ବର୍ଷ ହେଲା କ୍ଷେତକୁ ଜଳସେଚନ ହୋଇ ପାରୁନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଶତାଧିକ ବର୍ଷ ପୂର୍ବେ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ତତ୍‌କାଳୀନ ପାରଳା ମହାରାଜା ଗୌରଚନ୍ଦ୍ର ଗଜପତିଙ୍କ ଅମଳରେ ଜଳସେଚିନ ଉଦ୍ଦେଶ୍ୟରେ ଖୋଳା ଯାଇଥିବା ବୃହତ ସୀତାସାଗର ଆଜି ଶ୍ରୀହୀନ ହୋଇପଡିଛି । ୨ଶହ ହେକ୍ଟରରୁ ଅଧିକ ପରିମିତ ଜମିରେ ରହିଥିବା ଏହି ସୀତାସାଗର, ତାର ତଳମୁଣ୍ଡରେ ରହିଥିବା ଚାଷ ଜମିଗୁଡିକୁ ଜଳସେଚନ କ୍ଷେତ୍ରରେ ଟୋପାଏ ପାଣି ମଧ୍ୟ ଯୋଗାଇବାରେ ଅସାମର୍ଥ ହୋଇ ପଡିଛି । ଦେଖିଲେ ଦୁଃଖ ଲାଗୁଛି ଯେଉଁ ପ୍ରାଚୀନ ବୃହତ ସାଗର ବର୍ଷ ବର୍ଷ ଧରି ଚାଷୀମାନଙ୍କ ୧ହଜାରରୁ ଉର୍ଦ୍ଧ୍ୱ ଚାଷ ଜମିକୁ ଜଳସେଚନ କ୍ଷେତ୍ରରେ ବର୍ଷକୁ ୨ଟି ଫସଲରେ ପାଣି ଯୋଗାଇ ଆସୁଥିଲା, ସେହି ସାଗରଟି ବିଭାଗୀୟ ଅଧିକାରୀ ମାନଙ୍କ ଅଣଦେଖା, ଉଦାସୀନତା, ବୌମାତୃକ ମନୋଭା ଏବଂ ସର୍ବୋପରି ରକ୍ଷଣ ବେକ୍ଷଣର ଅଭାବରେ ଗତ କିଛି ବର୍ଷ ହେଲାଣି ପଙ୍କ ମାଟି, ଘାସ ବୁଦା ଓ ଦଳରେ ପୋତି ହୋଇ ଗଲାଣି । ବହୁ ବର୍ଷ ପୂର୍ବେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ସାଗରର ବିଭିନ୍ନ ସ୍ଥାନରେ ଜଳ ସେଚନ କ୍ଷେତ୍ରରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡିକ ଆଉ କାମ କରୁନି । ହେଲେ ମଧ୍ୟ ତାର ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଇ ପାରୁନି । ସମସ୍ତ କ୍ଷେତ୍ରରେ ବହୃତ ସାଗରଟି ସଂପୂର୍ଣ୍ଣ ଭାବେ ଶୋଚନୀୟ ଅବସ୍ଥାରେ ପଡିରହିଛି । ସୀତାସାଗରକୁ ରକ୍ଷଣା ବେକ୍ଷଣା କରାଯାଇ ପଙ୍କ ଉଦ୍ଧାର କରି ସେଥିରେ ଭରପୁର ପାଣି ରହିଲେ ତାହା ପାରଳାକେମୁଣ୍ଡି ସହର ଓ ସାଗରର ଚର୍ତୁଦିଗରେ ରହିଥିବା ବିଭିନ୍ନ ଗ୍ରାମର କୂଅଁ ଗୁଡିକରେ ପାଣିରେ କୌଣସି ଅସୁବିଧା ରୁହନ୍ତା ନାହିଁ । ବର୍ତ୍ତମାନ ସାଗରଟିର ଶୋଚନୀୟ ଅବସ୍ଥା ଯୋଗୁଁ ସାଗରର ଚର୍ତୁଦିଗରେ ଜନବସତି ଗୁଡିକରେ ରହିଥିବା କୂଅଁ ଓ ପୋଖରୀ ଗୁଡିକ ଖରା ଦିନରେ ସଂପୂର୍ଣ୍ଣ ଭାବେ ସୁଖି ଯାଉଛି । ରକ୍ଷଣା ବେକ୍ଷଣା ସହ ସାଗରର ପଙ୍କ ଉଦ୍ଧାର ହୋଇ ପାରୁ ନଥିବା ଏବଂ ବିଭାଗୀୟ କି ପ୍ରଶାସନ ଅଧିକାରୀଙ୍କ କୌଣସି ନଜର ନଥିବାର ସୁଯୋଗ ନେଇ ବର୍ତ୍ତମାନ କିଛି ବର୍ଷ ହେଲାଣି ଆସମାଜିକ ଲୋକନଙ୍କ ଡଷ୍ଟବିନରେ ପରିଣତ ହୋଇଗଲାଣି ଯାହାକି । ଏହି ସୀତାସାଗରରେ ଅଳିଆ ଆବର୍ଜନା ସହ ବିଭିନ୍ନ ବର୍ଜ୍ୟବସ୍ତୁ ସବୁ ପକାଇଯାଉଛି । ଏଭଳି ହେବା ଫଳରେ ସାଗର ଦୁର୍ଗନ୍ଧମୟ ହୋଇ ପଡିଲାଣି ।ଏହି ସୀତାଗରର ଦକ୍ଷିଣ ପାଶ୍ୱର୍ରେ ୩ଗୋଟି ଶିବ ମନ୍ଦିର ସହ ଗଣେଶଙ୍କ ମନ୍ଦିର ସହ ପାହାଡ, ବିଭିନ୍ନ ତୋଟା ଓ ବୃକ୍ଷରାଜି ରହିଥିବା ଯୋଗୁଁ ଏହି ଅଂଚଳଟି ଅତ୍ୟନ୍ତ ଶୋଭା ପାଉଥିଲା । ବରତ୍ତମାନ ଏଠାକାର ପରିବେଶ ଗନ୍ଧମୟ ହୋଇ ପଡିଛି । ଏହି ସାଗରକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ