ବାଇକ ଚୋରି ଘଟଣାରେ ଯୁବକ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳ ପୋଲିସ ଦୁଇ ଦୁଇଟି ବାଇକ ଚୋରକୁ ଗିରଫ କରିଛି l ଘଟଣା ପ୍ରକାରେ ଚଳିତ ମାସ 6 ତାରିଖ ରେ ଚିକୁନୁ କୁନା କୁମାରଗା କୋଟଗଡର ଫକୀର ପାତ୍ରଙ୍କ ସହ ବନ୍ଧୁ ବାନ୍ଧି କିଛି ସମୟ କଟାଇବା ପରେ ବାହାନା କରି OR 02B5072 ପଲସର ବାଇକ ଟି ନେଇ ଫେରାର ହୋଇ ଯାଇଥିଲା |ହେଲେ ଏ ନେଇ କୋଟଗଡ ଥାନା ରେ ମାମଲା ରୁଜୁ ହେବା ପରେ କୋଟଗଡ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବୋହୁ ଖୋଜାଖୋଜି କରିବା ପରେ ବଣ୍ଡାପିପିଲି ନିକଟରେ ଚୋରକୁ କାବୁ କରିବାରେ ସକ୍ଷମ ହୋଇଥିଲେ ଏବଂ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଥାନା ଅଧିକାରୀ ହର ମୋହନ ନାୟକ ସୂଚନା ଦେଇଛନ୍ତି |ହେଲେ ଏତିକି ରେ ସରି ନ ଥିଲା ଚୋର ର କାରନାମା ସେ ପୂର୍ବରୁ ତୁମୁଡିବନ୍ଧ ରୁ OD18E0933 ଡିସକଭର ବାଇକ ଲୁଟି ନେଇଥିବା ଅଭିଯୋଗ ପ୍ରକାରେ ତୁମୁଡିବନ୍ଧ ଥାନାରେ ମଧ୍ୟ ଏକ ମାମଲା ରେ କେଶ ରହିଥିବା କହିଛନ୍ତି ଥାନା ଅଧିକାରୀ ବାବା ଶଙ୍କର ସରାଫ |ଦୁଇଟି ପୃଥକ ପୃଥକ ମାମଲା ରେ ଚୋର କୁ ଗିରଫ କରିବା ବାଇକ ଦ୍ବୟ ଜବତ କରାଯାଇଥିବା ଜଣାଇଛନ୍ତି ପୁଲିସ ଅଧିକାରୀ ଦ୍ୱୟ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ