ବାଇକ ଦୁର୍ଘଟଣା ରେ ଯୁବକ ମୃତ      

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ନିକଟ ରୁ ଶନିବାର ସକାଳେ ଦିଗପହଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ କୁ ଜବତ କରିଛନ୍ତି। ଯୁବକ ଜଣକ ହେଲେ କେ.ନୂଆଗାଁ ଥାନା ମେଘଝୋଳି ଗ୍ରାମର ଶନିଆ ବେହେରା ଓରଫ କରୁଣା।ସଡ଼କ ଦୁର୍ଘଟଣା ରେ ସେ ମୃତ୍ୟୁବରଣ କରିଥିବା ପୋଲିସ ର ପ୍ରାଥମିକ ଅନୁସନ୍ଧାନ ରୁ ଜଣାପଡିଛି। ଶୁକ୍ରବାର ରାତିରେ ଶନିଆ ତାଙ୍କ ବାଇକ ନଂ.(ଓ ଆର୍ ୦୭ ଏସ – ୮୬୮୫) ଯୋଗେ କଇଠଖଣ୍ଡି ଗ୍ରାମକୁ ଦଣ୍ଡନାଚ ଦେଖିବାକୁ ଯାଇଥିଲେ।ସେଠାରେ ଭୋଗ ଖାଇସାରି ରାତି ପ୍ରାୟ ୧ ଟାରେ ଘରକୁ ଫେରୁଥିବା ବେଳେ କଇଠଖଣ୍ଡି ଗ୍ରାମ ନିକଟ ବୁଲାଣି ରାସ୍ତା ରେ ଡିଭାଇଡର କୁ ପିଟି ହୋଇ ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ।ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।ଖବରପାଇ ଦିଗପହଣ୍ଡି ପୋଲିସ ଶନିବାର ସକାଳେ ଘଟଣାସ୍ଥଳ ରେ ପହଞ୍ଚି ମୃତଦେହ ଜବତ କରି ଥାନା ମାମଲା ନଂ.୧୭୨/୨୪ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ କୁ ଜବତ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ