ବାଇକ-ସାଇକେଲ ଧକ୍କାରେ ଦୁଇ ଗୁରୁତର
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗ୍ରାମ ନିକଟରେ ଗୋଟିଏ ବାଇକ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।ଖଲ୍ଲିକୋଟ ଥାନା ଅନ୍ତର୍ଗତ ମହେଶ୍ୱରପୁର ନୁଆଁ ସାହି ର ବିପିନ ଗୌଡ଼(୪୦) ବାଇକ ଯୋଗେ ଆଜି ସନ୍ଧ୍ୟାରେ ମାଉସୀ ଘର ରମ୍ଭା ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ସାଇକେଲରେ ଆସୁଥିବା ଜଣେ ବୃଦ୍ଧ ବ୍ୟକ୍ତି ଙ୍କ ସହ ସାକିରି ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ପଡ଼ିଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତା ରେ ଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।ଏଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।ଦୁର୍ଘଟଣା ପରେ ବୃଦ୍ଧ ବ୍ୟକ୍ତି ଜଣକ ଅଚେତ ହୋଇ ଯାଇଥିବାରୁ ତାଙ୍କର ପରିଚୟ ଜଣାପଡିନାହିଁ ।


