ବାଇକ ସ୍କୁଟି ମୁହାଁମୁହିଁ ଜଣେ ଆହତ
ମୋହନା, (ଅଂଶୁମାନ ପଣ୍ଡା):ଗଞ୍ଜାମ ଗଜପତି ସିମାନ୍ତ ପୋଡାଖାଲ ଗ୍ରାମରେ ବାଇକ ସହିତ ସ୍କୁଟି ଭାରସାମ୍ୟ ହରାଇ ଉଭୟ ଗାଡି ଆରୋହି ରକ୍ତାକ୍ତ ହୋଇପଡିଛନ୍ତି। ସେମାନେ ହେଲେ ବାଲିସାହି ଗ୍ରାମର ଇଫାଲି ଶବର ଏବଂ ଅନ୍ୟ ଜଣେ ହେଲେ ପୋଡାଖାଲ ଗ୍ରାମର ମିହିରପାତ୍ର। ଗ୍ରାମବାସିଙ୍କ ସୁଚନାପ୍ରକାରେ ଦୁହେଁ ମିଶି କୗଣସି ଏକ କାମରେ ଯିବାସମୟରେ ବର୍ଷାର ପ୍ରକୋପରେ ଦୁହେଁ ଭାରସାମ୍ୟ ହରାଇ ଛିଟିକି ପଡିଥିଲେ। ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଅଧିକାରୀ ଷ୍ଟେସନ ଅଫିସର ଶୁଶାନ୍ତ ରଞ୍ଜନ ମହାପାତ୍ର ଓ କର୍ମଚାରୀ ପହଂଚି ଉଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହାଞ୍ଚାଇଥିଲେ। ଘଟଣା ସ୍ଥଳେ ପାଟପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି


