ଜୟପୁର ପୌରପରିଷଦକୁ ଘେରାଉ କରି ବିକ୍ଷୋଭ
ଜୟପୁର, (ୱାଇଏନ୍ଏସ୍):ପବ୍ଲିକ ରାଇଟ୍ ଆସୋସିଏସନ ତରଫରୁ ଜୟପୁର ପୌରପରିଷଦ କାଯ୍ୟାଳୟ କୁ ଘେରାଉ କରାଯାଇ ବିକ୍ଷୋଭ କରାଯାଇଛି । ଘେରାଉ କରାଯାଇ କାଯ୍ୟନିବାହୀ ଅଧିକାରି ଆଲୋକ ସାମନ୍ତରାୟକୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆସୋସିଏସନର ସଭାପତି ଦେବେନ୍ଦ୍ର ବାହିନିପତି ଅଭିଯୋଗ କରିଛନ୍ତି ଯେ ଜୟପୁର ସହରରେ ଯୋଗ୍ୟ ହିତାଧିକାରି ମାନେ ବାରମ୍ବାର ଆବେଦନ କରିବା ସତ୍ତ୍ୱେ ମଧ୍ୟ ସେ ମାନଙ୍କୁ ବିଧବା, ବାଦ୍ଧକ୍ୟ, ଭିନ୍ନକ୍ଷମ ଭତ୍ତା ରୁ ବଞ୍ଜିତ କରାଯାଉଛି । ପ୍ରକୃତ ହିତାଧିକାରି ମାନେ ଭତ୍ତା ନ ପାଇଁ ନିଜ ମୌଳିକ ଓ ସାମ୍ବିଧାନିକ ଅଧିକାର ପାଇବାରୁ ବଞ୍ଚିତ ରହିଛନ୍ତି । ବର୍ତମାନ ପୁଣି ଥରେ ହିତାଧିକାରି ମାନେ ଅନଲାଇନ ଆବେଦନ କରିବା ସହ ପୌର ପାଳିକାରେ ଦାଖଲ କରିଛନ୍ତି । ଆସୋସିଏନର ସଭାପତି ବାହିନିପତିଙ୍କ ସହ ଯୋଗ୍ୟ ହିତାଧିକାରି ମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିବା ବେଳେ ଆସନ୍ତା ୧୫ ଦିନ ଭିତରେ ଭତ୍ତା ପ୍ରଦାନ କରାନ ଗଲେ ଆନ୍ଦୋଳନ ହେବାସହ ଧାରଣା ଦେବାକୁ ପ୍ରଶାସନକୁ ଚେତାବନି ଦିଆଯାଇଛି । ଏନେଇ ପୌର କାଯ୍ୟନିବାହୀ ଅଧିକାରି ସାମନ୍ତରାୟ ଦାବି ପତ୍ର ଗ୍ରହଣ କରି କିପରି ଯୋଗ୍ୟ ହିତାଧିକାରି ବିଭିନ୍ନ ଭତ୍ତାରେ ସାମିଲ ହୋଇପାରିବେ ସେ ନେଇ ପରିଷଦ ପଦକ୍ଷେପ ନେଉଛି । ବହୁତ ହିତାଧିକାରି ଙ୍କ ଆଧାର କାର୍ଡନାହିଁ ସେ ମାନଙ୍କୁ ଆଧାର କାର୍ଡ ସଂଯୋଗ କରିବାକୁ ପରାମଶ ଦିଆଯାଇଛି । ଆଜିର ବିକ୍ଷୋଭରେ ଅମର ଲାଲା ଆହୁଜା, ନରସିଂହ ନାୟକ, ସିମାଞ୍ଚଳ ସୁଆର, କନ୍ଦର୍ପ ପାଣିଗ୍ରାହୀ, ଅନିଲ ମିଶ୍ର, ଗୌର ଦାସ, ରମେଶ ବିଷୋୟୀ, ରମେଶ ବିଷୋୟୀ, ଶ୍ୟାମ ବେହେରା, ଲକ୍ଷ୍ମୀ ନାରାୟଣ ପାଢୀ, କାତ୍ତିକ ନାୟକ ଙ୍କ ହ ସହରର ଯୋଗ୍ୟ ହିତାଧିକାରି ମାନେ ଉପସ୍ଥିତ ଥିଲେ ।


