ବାଇଗଣବାଡିରେ ଚାରା ରୋପଣ

କୁକୁଡାଖଣ୍ଡି,(ହିମାଂଶୁ ପାଢି):ବାଇଗଣବାଡି ଗ୍ରାମର ରାସ୍ତା ଚାରିପଟେ ରୋପଣ ହେଲା ଫଳନ୍ତି ଚାରା।ଗ୍ରାମର ଚତୁପାଶ୍ବ କୁ ସବୁଜ ସୁନ୍ଦର ରଖିବା ପାଇଁ ସମବାୟବିତ ସୁଧିର ରାଉତ କଂ ପ୍ରଚେଷ୍ଟାରେ ସରକାରକଂ ଦ୍ବାରା ଏହି ଚାରା ରୋପଣ କରାଯାଇଛି।୨୦୧୯-୨୦ ଆଥିକ ବଷରେ ୭.୩୦ ଲଷ ଟକାଂ ରେ ଫଳନ୍ତି ଚାରା ଲଗାଯାଇଛି।୨୦୧୮-୧୯ ରେ ୧୦ଲଷ ଟକାଂରେ ଚାରା ରୋପଣ କରାଯାଇଥିଲା।ସେହିପରି ମୃତ୍ତିକା ସଂରଷଣ ବିଭାଗ ତରଫରୁ ନୂଆବନ୍ଧ ହୁଡାରେ ୩୦୦ ଚାରା ରୋପଣ କରାଯାଇଛି।୨ବଷରେ ୨ହଜାର ଚାରା ଲଗାଯାଇଥିବା ଜଣାଯାଇଛି।ଫରେଷ୍ଟର ଅଶ୍ବିନି ନାହକ ରୋପଣ ସମୟରେ ଉପସ୍ଥିତ ଥିଲେ। ଦୁଇବଷରେ ଚାରା ରୋପଣ ପାଇଁ ୧୭ଲଷ ଟକାଂ ସରକାର କଂ ତରଫରୁ ପ୍ରଦାନ କରାଯାଇଥିବା ରୁ ମନ୍ତୀ ବିକ୍ରମ ଆରୁଖ,ବାଚସ୍ପତି ସୂଯ୍ୟନାରାୟଣ ପାତ୍ର,ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ,ପୂବତନ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ,ପିଡି ସିଦ୍ଧାଥ ସ୍ବାଇଁ,ବ୍ଲକ ଚେୟାରମେନ କାମାକ୍ଷ୍ୟା ପ୍ରସାଦ ପାତ୍ର,ସରପଂଚ ଉମାସାମଲ କୁଂ ଧନ୍ୟବାଦ ଅପଣ କରିଛନ୍ତି ସମବାୟବିତ ସୁଧିର ରାଉତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ