ଦାବି ପୂରଣ ନିମନ୍ତେ ଆୟୁଷ ଡାକ୍ତରଙ୍କ କଳା ବ୍ୟାଜ ପରିଧାନ

ରାଇକିଆ,(ପ୍ରଦୀପ କୁମାର ବେହେରା): ଆୟୁଷ ଡାକ୍ତର ମାନେ ସେମାନଙ୍କ ଆଠ ଦଫା ଦାବି ନେଇ ୧୪ ଦିନ ହେବ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କ ଦାବୀ ପୂରଣ କରି ନଥିବା ଯୋଗୁ ସେମାନଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ଦେଖାଦେଇଛି । ଯଦି ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି ସେମାନେ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ବାଧ୍ୟ ହେବେବୋଲି କନ୍ଧମାଳ ଜିଲ୍ଲା ଆୟୁଷ ଡାକ୍ତର ସଙ୍ଘ ର ସମ୍ପାଦକ ଡାକ୍ତର ମାନସ ରଞ୍ଜନ ସାହୁ କହିଛନ୍ତି । ସେମାନେ ଆଗ ଧାଡିରେ ରହି କରୋନା ର ମୁକାବିଲା କରୁଛନ୍ତି । ସ୍କ୍ରିନିଂ, ଟି ଏମ ସି, ଓ ସରକାରୀ ସଙ୍ଗରୋଧ କେନ୍ଦ୍ର ଦାୟୀତ୍ୱରେ ରହି ସେମାନେ ଆଜକୁ ପାଞ୍ଚ ମାସ ହେବ କାମ କରି ଆସୁଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ କରୋନା ଯୋଦ୍ଧା ର ମାନ୍ୟତା ଦିଆ ଯାଇ ନାହିଁ । ସବୁ କ୍ଷେତ୍ରରେ ସେମାନଙ୍କୁ କାମରେ ଲଗାଯାଉଥିବା ବେଳେ ସେମାନଙ୍କ ଦାବି ଗୁଡିକ ପୂରଣ କରାଯାଉ ନାହିଁ । ସରକାର ଅତିଶୀଘ୍ର ସେମାନଙ୍କୁ ଆୟୁଷ ମେଡିକାଲ ଅଫିସର ପରି ସରକାରୀ ଦରମା, କରୋନା ଯୋଦ୍ଧା ଘୋଷଣା । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାମ କରୁଥିବା ସମସ୍ତ ଆୟୁଷ ଡାକ୍ତର ଙ୍କୁ ସ୍ଥାୟୀ କରିବା, ଏପରିକି ପ୍ରଥମେ ସର୍ଵ ନିମ୍ନ ପଚାଶ ହଜାର ଟଙ୍କା ଦରମା ଘୋଷଣା ଏପରି ଆଠ ଦଫା ଦାବି ନେଇ କଳା ବ୍ୟାଜ ପିନ୍ଧି ସେମାନଙ୍କ ରୋଗୀ ସେବା ଓ ସରକାରୀ କାର୍ଯ୍ୟ କରୁଛନ୍ତି । ତେଣୁ ଅତିଶୀଘ୍ର ସେମାନଙ୍କ ଦାବି ପୂରଣ କରିବା ପାଇଁ ଜିଲ୍ଲା ସଙ୍ଘ ସଭାପତି ଡାକ୍ତର ସ୍ନେହାସିସ ଗିରି, ସମ୍ପାଦକ ଡାକ୍ତର ମାନସ ରଞ୍ଜନ ସାହୁ, ଉପଦେଷ୍ଟା ଡାକ୍ତର କୁମୁଦ ଚନ୍ଦ୍ର ମେହେର, ଡାକ୍ତର ସତ୍ୟନାରାୟଣ ପଟ୍ଟନାୟକ, ଡାକ୍ତର ବସନ୍ତ ମଞ୍ଜରୀ ପାତ୍ର ଓ ଡାକ୍ତର ଉଷାରାଣୀ ବିଶ୍ୱାଳ ପ୍ରମୁଖ ଜିଲ୍ଲାରେ କାର୍ଯ୍ୟରତ ଆୟୁଷ ଡାକ୍ତର ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ