ବାଉଁଶ ବାଡ଼ ପାଇଁ ସରପଞ୍ଚଙ୍କୁ ଧମକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲା ହିଜିଳିକାଟୁ ବ୍ଲକ ବେଲଗାଁ ସରପଞ୍ଚ ତ୍ରିନାଥ ପାଣିଗ୍ରାହୀଙ୍କୁ ଗ୍ରାମରେ କରୋନା ସଂକ୍ରମଣ ରୋକିବା ପାଇଁ ରାସ୍ତାରେ ବାଉଁଶ ବାଡ଼ କରିବା ନେଇ ୨ ଭାଇ ଗାଳି ଗୁଲଜ ସହ ଧମକ ଦେବା ଅଭିଯୋଗ ହୋଇଛି।ସୂଚନାଯୋଗ୍ୟ, ବେଲଗାଁ ପଞ୍ଚାୟତରେ କିଛି କରୋନା ପଜିଟିଭ୍‌ ଚିହ୍ନଟ ପରେ ପଞ୍ଚାୟତକୁ ରେଡ୍‌ଜୋନ୍‌ ତାଲିକାଭୁକ୍ତ କରାଯାଇଛି। ଅନ୍ୟପକ୍ଷରେ କରୋନା ନିମନ୍ତେ ଗ୍ରାମର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବାଉଁଶ ବାଡ଼ ପକାଇ ଲୋକଙ୍କ ଚଳପ୍ରଚଳ ରୋକିବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଶନିବାର ବେଲଗାଁରେ ବାଉଁଶ ବାଡ଼ ଯୋଗେ ରାସ୍ତା ଅବରୋଧ ହେଉଥିବା ବେଳେ ଗ୍ରାମର ୨ ଭାଇ ଏହି ବାଉଁଶ ବାଡ଼ ଭାଙ୍ଗିବା ସହ ସରପଞ୍ଚଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ସରପଞ୍ଚ ହିଞ୍ଜିଳି ଥାନାରେ ଅଭିଯୋଗ କରିବା ପରେ କେସ୍‌ ନଂ ୨୫୫/୨୦ରେ ଏକ ମାମଲା ରୁଜୁ ହୋଇଥିବା ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ