ବାତ୍ୟା ଅମ୍ଫନ’ ପାଇଁ ଭଞ୍ଜନଗର ର ବିଭିନ୍ନ ଜଳଭଣ୍ଡାରରୁ ପାଣି ଛଡାଗଲା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସାମୁଦ୍ରିକ ଝଡ଼ ବାତ୍ୟା ଅମ୍ଫନ୍‌ ପ୍ରଭାବ ଓଡ଼ିଶାର ଅନେକ ଜିଲାରେ ଏହାର ପ୍ରଭାବ ପଡିବାକୁ ଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାରେ ଥିବା ଜଳଭଣ୍ଡାରର ଜଳସ୍ତର କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗଞ୍ଜାମ ଜିଲାର ଭଞ୍ଜନଗର, ସୋରଡ଼ା, ଡ଼ହ, ବାଘୁଆ, ଧନେଇ, ଘୋଡ଼ାହାଡ଼, ବାଘଲଟି ଜଳଭଣ୍ଡାରର ଜଳସ୍ତର ଧିରେ ଧିରେ କମାଯାଉଛି। ଜଳଭଣ୍ଡାର ଗୁଡ଼ିକରେ ମାତ୍ର ୬୦ ପ୍ରତିଶତ ପାଣି ରଖି ବଳକା ନଦୀ ଓ କେନାଲ ଦେଇ ଶୁକ୍ରବାର ଠାରୁ ଛାଡ଼ି ଦିଆଯାଉଥିବା ସୂଚନା ମିଳିଛି ସାମୁଦ୍ରିକ ବାତ୍ୟା ଅମ୍ପନ ପ୍ରଭାବରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବାଲିବସ୍ତା ମହଜୁଦ୍‌ ରଖାଯିବା ସହ କର୍ମଚାରୀଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରି ଦିଆଯାଇଛି। ରାଜସ୍ବ, ପଞ୍ଚାୟତିରାଜ ବିଭାଗ ମଧ୍ୟ ସାମ୍ଭାବ୍ୟ ଅମ୍ପନର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଉଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ