ବାରଣାସୀ ହାଇସ୍କୁଲ ଛାତ୍ର ଛାତ୍ରୀଙ୍କର କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ଗଜପତି ଜିଲ୍ଲାର କାଶୀନଗର ସ୍ଥିତ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷାର ଉଭୟ ରିଟେଲ ଓ ଆଇ ଟି ବିଭାଗର ଶିକ୍ଷକ ଶ୍ରୀ ଶିବନାରାୟଣ ଆଦକ ଓ ଶ୍ରୀ ଆକାଶ ସାହୁ, ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗୁଣୁପୁର ସହରରେ ଥିବା ବଭିନ୍ନ ସପିଙ୍ଗ୍ ମଲ ଓ ବ୍ୟବସାୟ କେନ୍ଦ୍ର ଦେଖାଇ ଥିଲେ । ଏଇ ଭ୍ରମଣର ମୂଖ୍ୟ ଉଦ୍ଦେଶ୍ଯ ଛାତ୍ର ଛାତ୍ରୀ ମାନଙ୍କୁ ବଜାରରେ ଉପଲବ୍ଧ ଥିବା ବିଭିନ୍ନ ଗ୍ରାହକ ସେବା, ବ୍ୟବସାୟିକ କୌଶଳ ଓ ବ୍ୟବସାୟରେ ବ୍ୟବହୃତ ବୈଷୟିକ ଜ୍ଞାନକୌଶଳ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରିବା । ଉକ୍ତ କାର୍ଯ୍ୟକ୍ରମ ଦ୍ଵାରା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଥିବା ଅନେକ ସନ୍ଦେହକୁ ବ୍ୟବସାୟିକ କେନ୍ଦ୍ରର କର୍ମଚାରୀମାନଙ୍କ ଦ୍ଵାରା ଦୂର କରା ଯାଇଥିଲା । ବ୍ୟବସାୟିକ କେନ୍ଦ୍ରର ମାଲିକ ଓ କର୍ମଚ଼ାରୀ ମାନେ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ନୂତନ ଶିକ୍ଷା ପ୍ରଣାଳୀକୁ ଉଚ୍ଚ ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଶିକ୍ଷକ ଶ୍ରୀ ଅଶୋକ କୁମାର ଗୌଡ ଓ ଗଜପତି ଜିଲ୍ଲା ସଂଯୋଯକ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ଵାବଧାନରେ ସମାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ