ବାରିଗାଁ ନିଶାକର ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା
ହାଟଡିହି, (ବିକାଶ ବିଶ୍ୱାଳ) :ନିଶାକର ହାଇସ୍କୁଲ ବାରିଗାଁ ଠାରେ ହାଟଡିହି ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକର ୬୮ଟି ବିଦ୍ୟାଳୟର ୮୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବି.ଏନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରତିକାନ୍ତ ଦେବତା ଓ ଅଳତୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଜେନା ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମାନ ନିର୍ଦ୍ଧାରଣ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ବିନୀତା ବିଜୟନୀ ଯୋଗେଦଇ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନମେଳାର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ମୋନୀତ ଅତିଥି ଭାବେ ଶିକ୍ଷକ ନେତା ନାରାୟଣ ଚନ୍ଦ୍ର ଲେଙ୍କା, ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ, ସରପଞ୍ଚ ସୁବାସିନୀ ସେଠୀ, ସମିତିସଭ୍ୟା ସୁକାନ୍ତୀ ବିଶ୍ୱାଳ, ବିକ୍ରମ କେଶରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମାତ୍ର ଦୁଇଦିନ ଭିତରେ ଏପରି ,କ କାର୍ଯ୍ୟକ୍ରମର ସଫଳ ରୁପାୟନରେ ସମସ୍ତ ଶିକ୍ଷକ ମାନଙ୍କ ସହଯୋଗକୁ ନେଇ ପ୍ରଧାନ ଶିକ୍ଷକ ନାରାଣ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏବିିଓ ଧନେଶ୍ୱର ଖଣ୍ଡେଇ, ସୁରେଶ କୁମାର ଜେନା, ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିଶିର କୁମାର କର, ମୃତ୍ୟୁଞ୍ଜୟ ପଲେଇ, ମାଧବାନନ୍ଦ ଜେନା, ପରମାନନ୍ଦ ପରିଡା, ଦେବେନ୍ଦ୍ର ଖୁଣ୍ଟିଆ, ରବିନାରାୟଣ ବାରିକ, ରବିନ୍ଦ୍ର ନାଥ, ଗୟାଧର ମଲ୍ଲିକ, ବିଦ୍ୟାଧର ପଣ୍ଡା, ଅନାଦି ଚରଣ ବେହେରା, ନବଘନ ନାୟକ, ସତ୍ୟବ୍ରତ ସାମଲ, ପ୍ରଭାକର ବେହେରା, ସିଆରସିସି ମଙ୍ଗଳ ହାଁସଦା, ବସନ୍ତ ନାୟକ, କେଶବ ଚନ୍ଦ୍ର କର, ସୁମନ୍ତ କୁମାର ନାୟକ, ସୁଶାନ୍ତ କୁମାର ସ୍ୱାଇଁ, ରବିନାରାୟଣ ଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଲୁକେଶ୍ୱର ହାଇସ୍କୁଲର ଆଶୁତୋଷ ସାହୁ, ହାଟଡିହି ହାଇସ୍କୁଲର ଶୁଭମ ତ୍ରିପାଠୀ, ନିଶାକର ହାଇସ୍କୁଲର ସୋନାଲୀ ପୁହାଣ, ଢ଼େଙ୍କା ହାଇସ୍କୁଲର ସୌମ୍ୟଜିତ ମିଶ୍ର, ଜପିଦାସ ହାଇସ୍କୁଲର ସୌମ୍ୟ ରଞ୍ଜନ ତ୍ରିପାଠୀ, ଗୋପାଳପୁର ଏମ.ଇ ସ୍କୁଲର ଓମପ୍ରକାଶ ସାହୁ, ପଞ୍ଚାୟତ ହାଇସ୍କୁଲ ଶାସଙ୍ଗର ଦେବାଶିଷ ମହାଳିକଙ୍କ ପ୍ରକଳ୍ପ ଗୁଡିକ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇଥିଲା ।


