ବାର୍ଦ୍ଧକ୍ୟ ବୟସରେ ମିଳୁନି ଭତ୍ତା

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ୬ ନଂ.ୱାର୍ଡ କୁମାର ସାହିର ମାତାଜି ଶଂଖୁଆ(୬୩)ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ସରକାର ୬୦ରୁ ଉର୍ଦ୍ଧ୍ୱ ବୃଦ୍ଧ, ବୃଦ୍ଧାଙ୍କ ପାଇଁ ଭତ୍ତାର ବ୍ୟବସ୍ଥା କରିଥିବା ବେଳେ ରାଜନୈତିକ ଆକ୍ରୋଶ ଯୋଗୁ ତାଙ୍କୁ ଭତ୍ତା ମିଳୁନଥିବା ସ୍ୱାମୀ ନୃସିଂହ ଶଂଖୁଆ କହିଛନ୍ତି । ପଞ୍ଚାୟତ ଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ସେ ଅଭିଯୋଗ କରିବା ସହ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳିନଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ