ବାର୍ବି କ୍ୟାଫେ
ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଆଜିକାଲି ଖାଦ୍ୟ ଉଦ୍ୟୋଗ ସଂସ୍ଥା ବିଭିନ୍ନ ଥିମ୍କୁ ନେଇ ରେସ୍ତୋଁରା, କ୍ୟାଫେ ଆଦି ନିର୍ମାଣ କରୁଛନ୍ତି । ସେହିଭଳି ପିଲାମାନଙ୍କ ପ୍ରିୟ କଣ୍ଢେଇ ବାର୍ବି ଥିମ୍କୁ ନେଇ ତାଇୱାନରେ ନିର୍ମାଣ କରାଯାଇଛି ଏକ କ୍ୟାଫେ । ଏହି କ୍ୟାଫେ ଭିତରକୁ ପ୍ରବେଶ କରିବା ମାତ୍ରେ ଲାଗେ ବାର୍ବି ଦୁନିଆକୁ ପ୍ରବେଶ କଲା ଭଳି । ଏହି କ୍ୟାଫେର ଇଣ୍ଟେରିୟର ଗୋଲାପି ରଙ୍ଗର । କ୍ୟାଣ୍ଡି ରଙ୍ଗର କାଉଚ୍, ବାର୍ବି ଥିମ୍ ମେନ୍ୟୁ କାର୍ଡ, ଏପରି କି ସେଠାରେ କାମ କରୁଥିବା ମହିଳା ୱେଟରମାନେ ମଧ୍ୟ ବାର୍ବି ଡ୍ରେସ୍ ପରିଧାନ କରି ଖାଦ୍ୟ ପରଷିଥାନ୍ତି । କେବଳ ସେତିକି ନୁହେଁ, ସେଠାରେ ପରଷାଯାଉଥିବା ଖାଦ୍ୟ ମଧ୍ୟ ବାର୍ବି ଥିମ୍କୁ ନେଇ ପ୍ରସ୍ତୁତ ହୋଇଥାଏ । ତେବେ ବଡ଼ମାନଙ୍କ ଅପେକ୍ଷା ଛୋଟ ଛୁଆ ଏହି କ୍ୟାଫେରେ ଭରପୂର ଆନନ୍ଦ ଉଠାଉଥିବା ନଜରକୁ ଆସିଥାନ୍ତି ।


