ବାଲିଆରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆ ବଜାରରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ପୁଜା ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ପାଳନ ପୂର୍ବକ ବାଲିଆ ବଜାରରେ ୪ଫୁଟ ଉଚ୍ଚତାର ଶ୍ରୀ କାର୍ତ୍ତିକେଶ୍ୱରଙ୍କର ମୁର୍ତ୍ତି ୯ଟି ସ୍ଥାନରେ ପୂଜା ପାଉଛନ୍ତି । ଏଥିନିମନ୍ତେ ବାଲିଆ ବଜାର କମିଟି ସହଯୋଗରେ ଏକ ଶାନ୍ତି କମିଟି ଗଠନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ୯ଟି ମେଢର ପ୍ରତିନିଧି, ସଦରଥାନା ଅଧିକାରୀ ପବିତ୍ର କୁମାର ମହାରଣା, ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ଶାନ୍ତି କମିଟି ସଭାପତି ବାନାମ୍ବର ସାହୁ, ଭାଗବତପୁର ସରପଞ୍ଚ ଧରଣୀଧର ଦାସଙ୍କ ସମେତ ଅନ୍ୟାନ୍ୟ ସଭ୍ୟମାନେ ଯୋଗଦେଇ କାର୍ତ୍ତିକେଶ୍ୱର ପୂଜା ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ସଦରଥାନା ଅଧିକାରୀ ଶ୍ରୀ ମହାରଣା କୋଭିଡ କଟକଣା ସମ୍ପର୍କରେ ଆଲୋଚନା କରିବା ସହିତ ସମସ୍ତ ପୂଜା କମିଟିର ପ୍ରତିନିଧିମାନଙ୍କୁ କୋଭିଡ ନିୟମ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ମଙ୍ଗଳବାର ଆରମ୍ଭ ହୋଇଥିବା କାର୍ତ୍ତିକେଶ୍ୱର ପୂଜା ଆସନ୍ତା ଶନିବାର ସମାପନ ହେବା ସହିତ ଅପରାହ୍ଣ ୪ଟା ମଧ୍ୟରେ ସମସ୍ତ ମେଢ ବିନା ରୋଷଣୀରେ ବିଷର୍ଜନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ