ବାଲିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା

ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ସ୍ଥାନୀୟ ପ୍ରଫୁଲ୍ଲ କୁମାର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବାଲିଆ ପରିସରରେ ଏକ ବର୍ଣ୍ଣାଢ୍ୟ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମିନାକ୍ଷୀ ପାଢୀଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷକ ବଳରାମ ଗିରିିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରେମୁଣା ଗୋଷ୍ଠୀ ଶିକ୍ଷାଧିକାରୀ ଅଚ୍ୟୁତ ମଣ୍ଡଳ, ସିଆରସି ଅକ୍ଷୟ କୁମାର ରାୟ ଯୋଗ ଦେଇ ଶିକ୍ଷୟିତ୍ରୀଙ୍କର ବିଗତ ଦିନର କାରୁକାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସଭାରେ ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ଦାସ, ଅନୀମା ସାହୁ ଯୋଗ ଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କର ବହୁମୁଖୀ ପ୍ରତିଭା, କାର୍ଯ୍ୟଦକ୍ଷତା, ବିଦ୍ୟାଳୟ ସୁପରିଚାଳନା ଉପରେ ମତବ୍ୟକ୍ତ କରିଥିଲେ । ବିଦାୟ ଶିକ୍ଷୟିତ୍ରୀ ଶ୍ରୀମତୀ ପାଢୀଙ୍କୁ ଉପଢୌକନ, ମାନପତ୍ର, ପୁଷ୍ପଗୁଚ୍ଛ ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାରେ ବାଲିଆ ସରପଞ୍ଚ ପୁଷ୍ପାଞ୍ଜଳୀ ଦାସ, ଶିକ୍ଷକ ରବିନ୍ଦ୍ର ଦାସ ଅଧିକାରୀ, ଶିକ୍ଷୟିତ୍ରୀ ପ୍ରମୋଦିନୀ ପାଢୀ, ଭାରତୀ ଜେନା, ଗୀତାରାଣୀ ପଣ୍ଡା ପ୍ରମୁଖ ଯୋଗ ଦେଇ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ । ଶେଷରେ ଶିକ୍ଷକ ନେତା ତଥା ଶିକ୍ଷକ ଗଙ୍ଗାନାରାୟଣ ପାଢୀ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ