ବାଲେଶ୍ୱରରେ ଆଉ ରହିବେନି କେହି ବେରୋଜଗାର, ଏବେ ହେବ ‘ନ୍ୟାୟ
ବାଲେଶ୍ଵର ଲୋକସଭା ପ୍ରାର୍ଥୀ ଶ୍ରୀ ନବଜ୍ୟୋତି ପଟ୍ଟନାୟକ ଜଳେଶ୍ୱର ବିଧାନସଭା ମଣ୍ଡଳୀରେ ପ୍ରଚାର ସମୟରେ ବିଭିନ୍ନ ସଭାରେ ବାଲେଶ୍ଵରର ଯୁବଗୋଷ୍ଠୀଙ୍କ ପାଇଁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ଼ରେ ଦିଆଯାଇଥିବା ପ୍ରତିଶ୍ରୁତି ସମ୍ପର୍କରେ ନିଜ ଅଭିଭାଷଣରେ ରଖିଥିଲେଜ୍ଝ ଗରିବଙ୍କୁ ସର୍ବନିମ୍ନ ରୋଜଗାରର ଗ୍ୟାରେଣ୍ଟି, ଆବଶ୍ୟକ କରୁଥିବା ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ କିମ୍ବା ବେସରକାରୀ ସ୍ଥରରେ କର୍ମନିଯୁକ୍ତି ଓ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ପାଇବେ ସ୍ଥାୟୀ ନିଯୁକ୍ତି ବୋଲି ଯୁବଗୋଷ୍ଠୀଙ୍କୁ କହିଥିଲେ ଜ୍ଝ ଜଳେଶ୍ୱର ବିଧାନସଭା ମଣ୍ଡଳୀର ଭେଲୋରା ଛକରୁ କାରୁଆ ପର୍ୟ୍ୟନ୍ତ ରୋଡ଼ ସୋ’ ସମୟରେ ଲୋକଙ୍କ କଂଗ୍ରେସ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ ଅଭୂତପୂର୍ବ ଥିଲା ଜ୍ଝ “ବିଜେଡି ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଅମଳରେ ଚିଟ ଫଣ୍ଡ ଦୁର୍ନୀତି କରି ଗରିବଙ୍କ ସଞ୍ଚିତ ଟଙ୍କାଙ୍କୁ ଲୁଟି ନେଲେ, କିନ୍ତୁ ଅନ୍ୟ ପକ୍ଷରେ କଂଗ୍ରେସ ସରକାର ଗରିବୀ ଉପରେ ‘ନ୍ୟାୟ’ ଯୋଜନା ମାଧ୍ୟମରେ କରିବାକୁ ଯାଉଛି ଅନ୍ତିମ ପ୍ରହାର ଜ୍ଝ ଗରିବ ପରିବାରଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ମିଳିବ, ମହିଳା ସଶକ୍ତିକରଣକୁ ଆଖିରେ ରଖି ମାସିକ ଛଅ ହଜାର ଟଙ୍କା ଲେଖାଏଁ ପରିବାରର ମହିଳାଙ୍କ ବ୍ୟାଙ୍କ ଖାତାରେ ଜମା ହେବ ଜ୍ଝ ମୌଳିକ ସୁବିଧା ପାଇବାରୁ ଆଉ କେହି ବଞ୍ଚିତ ହେବେ ନାହିଁ,” ବୋଲି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟ ରଖିଥିଲେ ଜ୍ଝ ମାଣିକପୁରର ଏକ ବିଶାଳ ଜନସଭାରେ ଶ୍ରୀ ପଟ୍ଟନାୟକ ବାଲେଶ୍ଵରର ବିକାଶ ପାଇଁ ନିଜର ଦୃଷ୍ଟିକୋଣ ରଖିଥିଲେଜ୍ଝ ଜଳେଶ୍ୱର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ଜଳେଶ୍ୱରବାସୀଙ୍କ କଂଗ୍ରେସ ପ୍ରତି ଥିବା ବିଶ୍ୱାସ ଏବଂ ଭରସାକୁ ମୁଁ ନିଶ୍ଚିତ ନ୍ୟାୟ ଦେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି ବୋଲି କହିଥିଲେ । ସନ୍ତୋଷପୁର, ମହମ୍ମଦନଗର, ରାଇପୁର, ଗୋବରଘଣ୍ଟା ଏବଂ ଲକ୍ଷ୍ମଣନାଥ ପ୍ରଭୃତି ଗ୍ରାମପଂଚାୟତରେ ଲୋକ ମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ନୂତନ ବାଲେଶ୍ୱର ଗଠନରେ ବିକାଶର ଧାରାକୁ କିପରି ତ୍ଵରାନିତ୍ଵ କରିହେବ ସେ ସମ୍ପର୍କରେ ଶ୍ରୀ ନବଜ୍ୟୋତି ପଟ୍ଟନାୟକ ନିଜର ମତ ରଖିଥିଲେ । ଲୋକଙ୍କ ଅଭୁତ ପୂର୍ବ ଉତ୍ସାହ ଓ ଶ୍ରଦ୍ଧା ବାଲେଶ୍ୱର ଜିଲ୍ଲାର ଉନ୍ନତି ପାଇଁ କଠିନ ପରିଶ୍ରମ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ । ଜନତାଙ୍କ ସମର୍ଥନ ଦେଖି ଏଥର ବାଲେଶ୍ୱର ପରିବର୍ତ୍ତନ ହେବା ନିଶ୍ଚିତ ବୋଲି ଜଣାପଡୁଛି ।