ବାଲେଶ୍ୱରରେ ଗଡ଼ିଲା ସଞ୍ଚୟ ରଥ
ବାଲେଶ୍ୱର, (ସରୋଜ ପଣ୍ଡା) : ସଞ୍ଚୟ ପକ୍ଷ ପାଳନ ଅବସରରେ ବାଲେଶ୍ୱର ଜିଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଭବେଶ କୁମାର ନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଅଯଥା ଖର୍ଚ୍ଚରୁ ନିଜକୁ ଦୂରେଇ ରଖି ମିତବ୍ୟୟୀ ହେବା ଏବଂ ସଞ୍ଚୟକୁ ଏକ ଅଭ୍ୟାସରେ ପରିଣତ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ବ୍ୟକ୍ତିର ଆର୍ଥିକ ନିରାପତ୍ତା ସୁଦୃଢ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଜିଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରଜ୍ଞା ମିଶ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲାପାଳ ଶ୍ରୀ ନାୟକ ବୃକ୍ଷଚାର ରୋପଣ କାର୍ଯ୍ୟ କରିଥିଲେ । । ସଚେତନତା ରଥର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶୀ ସାହୁ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ, ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାଗଣ, ସ୍ୱଳ୍ପ ସଞ୍ଚୟ ବିଭାଗର ସ୍ୱର୍ଣ୍ଣପ୍ରିୟା ଦାସ ଓ ବାସୁଦେବ କର ପ୍ରମୁଖ ଉପସ୍ଥିତ ଥିଲେ । ମିତବ୍ୟୟୀ ହେବା ପାଇଁ ଜନସାଧାରଣଙ୍କୁ ସଚେତନ ସୃଷ୍ଟି ଉଦ୍ଦେଶ୍ୟରେ ଏହି ରଥ ବାହାରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଦିନରେ ଏହି ରଥ ସହର ସନ୍ନିକଟ କୁରୁଡା, ନେତି, ପାଟଣାଳ ସମଲପୁର, ଶୋଭାରାମପୁର, ଅଙ୍ଗାରଗାଡିଆ ଇତ୍ୟାଦି ଅଂଚଳ ପରିକ୍ରମା ସାଙ୍ଗକୁ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ।


