ରୋଟାରୀ କ୍ଲବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ରୋଟାରୀ କ୍ଲବ ପକ୍ଷରୁ କରୋନା ସଚେନତା କାର୍ଯ୍ୟକ୍ରମ ସ୍ଥାନୀୟ ମିଶ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହିମାଂଶୁ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ଡ. ରାଜଲକ୍ଷ୍ମୀ ଯତି, ପ୍ରକଳ୍ପ ଅଧ୍ୟକ୍ଷ ପ୍ରବାଳ ସିହ୍ନା, ସମ୍ପାଦକ ପ୍ରଦୀପ୍ତ କୁମାର ପଣ୍ଡା, ପୂର୍ବତନ ସଭାପତି ଉଦୟ ନାରାୟଣ ଦାସ, କର୍ଣ୍ଣେଲ କ୍ଷେତ୍ର ମୋହନ ମହାପାତ୍ର ପ୍ରମୁଖ ଯୋଗଦେଇ ମହାମାରୀ କରୋନା ସଂକ୍ରମଣ ପ୍ରତିହତର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି କରୋନାରୁ ମୁକ୍ତ ହେବା ପରେ ଆବଶ୍ୟକ ସତର୍କତା ଅବଲମ୍ବନ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ନିଜେ ସଚେତନ ରହିବା ସହ ପରିବାରର ଅନ୍ୟମାନଙ୍କୁ ବି ଏହା ପାଳନ କରିବା ପାଇଁ ଉତ୍ସାହିତ କରିବା ନିମନ୍ତେ ଛାତ୍ରୀମାନଙ୍କୁ ରୋଟାରୀ କ୍ଲବ କର୍ମକର୍ତ୍ତା ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ନନ୍ଦ, ପ୍ରଭଞ୍ଜନ ପାଢ଼ୀ, ଦେବେନ୍ଦ୍ର ଧଳ, ଭାଗୀରଥି ମହାନ୍ତି, ସନ୍ତୋଷ ନାୟକ, ବିକ୍ରମଜିତ କର, ବିଷ୍ଣୁ ଦାସକୁଣ୍ଡୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଛାତ୍ରମାନଙ୍କୁ କରୋନା ସତର୍କତା ସମ୍ପର୍କରେ ବୁଝାଇଥିଲେ । ଏହି ଅବସରରେ ଛାତ୍ରୀମାନଙ୍କୁ ସାନିଟାଇଜର, ମାସ୍କ ଆଦି ପ୍ରଦାନ କରାଯାଇଥିଲା । ଏଥି ସହିତ ଖୁବଶୀଘ୍ର ପିଲାଙ୍କ ପିଇବା ପାଇଁ ବିଶୋଧିତ ପାନୀୟ ଜଳ ପ୍ରଦାନ ନିମନ୍ତେ କ୍ଲବ ପକ୍ଷରୁ ଏକ ଆକ୍ୱାଗାର୍ଡ଼ ଦିଆଯିବ ବୋଲି ନିମେନ୍ତ କର୍ମକର୍ତ୍ତାମାନେ ଘୋଷଣା କରିଥିଲେ । ଶିକ୍ଷୟିତ୍ରୀ ଅସୀମା ପ୍ରଧାନ ଏଥିରେ ସ୍ୱାଗତ ଅଭିଭାଷଣ ପ୍ର୍ରଦାନ କରିଥିବା ବେଳେ ଗୀତାଞ୍ଜଳି ଶତପଥୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ