ବାଲ୍ୟ ବିବାହ ବନ୍ଦ କରିବା ନେଇ ସଚେତନତା ଅଭିଯାନ

ଜମନକିରା, (ଲିପନ ନାଏକ):ବ୍ଲକ୍ ମୁଣ୍ଢେନପାଲି ଗ୍ରାମ ପଞ୍ଚାୟତର ସିତିଲେନ ପଡା ଠାରେ ବାଲ୍ୟ ବିବାହ ବନ୍ଦ କରିବା ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଗାଁ କଲ୍ୟାଣ ସମିତି ଦ୍ୱାରା ଆୟୋଜିତ ସଭାରେ ଗ୍ରାମ ସଭାପତି ଜଗବନ୍ଧୁ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆଶା ଦିଦି ବବିତା ନାଥ ଉଦ୍ଦେଶ୍ଯ ସଂପର୍କରେ ବୁଝାଇଥିଲେ। ସଭାରେ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ବାଲ୍ୟ ବିବାହ ଦ୍ୱାରା ଦ୍ୱାରା ଶାରୀରିକ,ସାମାଜିକ,ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସଂପର୍କରେ କଣ ସବୁ ସମସ୍ୟା ଦେଖା ଦେଇଥାଏ ସେ ସଂପର୍କରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଶା ଦିଦି ,ସୁରେଖା ମିର୍ଧା,ସୁଲୋଚନା କିଶାନ ଓ ଅଙ୍ଗୱାଡି କର୍ମି ସଂଯୁକ୍ତା ପ୍ରଧାନ,ଜୟନ୍ତୀ ମିର୍ଦ୍ଧା,ପୁଷ୍ପଲତା କିଶାନ,ସିଆରପି ସରସ୍ବତୀ କିଶାନ ପ୍ରମୂଖ ନିଶା ନିବାରଣ ନେଇ ସଚେତନ କରିଥିଲେ।ପ୍ରାରମ୍ଭରେ ଆଶା ଦିଦି ଓ ଅଙ୍ଗନୱାଡି ଦିଦି ମାନଙ୍କ ନେତୃତ୍ୱରେ ଏକ ସଚେତନତା ରାଲି ପରିକ୍ରମା କରିଥିଲା। ଶେଷରେ ଅଙ୍ଗନୱାଡି କର୍ମି ପ୍ରଭାତି ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ