ବାସଗୃହ ବିକ୍ରୀ ଚିକିତ୍ସା କଲେ, ହେଲେ ପୁଅ ସୁସ୍ଥ ହେଲାନି

ପୋଲସରା, (ଅନିଲ ମହାରଣା): ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ୩ ନମ୍ବର ୱାର୍ଡ ଅନ୍ତର୍ଗତ ରାଣୀପଡା ମାଳତୀ ପାଟଣା ସାହି ନିବାସୀ ବଳରାମ ପରିଡା ନିଜ ପୁଅର ଚିକିତ୍ସା ପାଇଁ ଘରଦ୍ୱାର ବିକ୍ରି ଦାଣ୍ଡର ଭିକାରୀ ହୋଇଗଲେ ତଥାପି ପୁଅ ସୁସ୍ଥ ହୋଇପାଇଲାନି। ସର୍ବଶ୍ୱ ସରିବା ପରେ ବର୍ତ୍ତମାନ ଅର୍ଥ ଚିନ୍ତା ରେ ବାପା ମାଆ ଚିନ୍ତାରେ ଦିନ କାଟୁଛନ୍ତି। ସରକାରୀ ସାହାଯ୍ୟ କିମ୍ବା ବଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗ ବିନା ପୁଅର ଚିକିତ୍ସା କରବା ଅସମ୍ଭବ। ବଳରାମ ପରିଡ଼ାଙ୍କ ସାନ ପୁଅ ପ୍ରଦ୍ୟୁମ୍ନ ଙ୍କୁ ଯେତେବେଳେ ୬ ବର୍ଷ ହୋଇଥିଲା ସେତେବେଳେ ତାର ଅଣ୍ଡକୋଷ ରେ ସମସ୍ୟା ଦେଖା ଦେଇଥିଲା। ପ୍ରଥମେ ବଳରାମ ପ୍ରଦ୍ୟୁମ୍ନ କୁ କଟକର ଶିଶୁ ବିଭାଗରେ ଚିକିତ୍ସା କରିଥିଲେ । ଡାକ୍ତରମାନେ ଏହାକୁ କର୍କଟ ରୋଗ ମନେକରି ଆଚାର୍ଯ୍ୟ ହରିହର କର୍କଟ ହସପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ପରେ ମଧ୍ୟ ପୁଅ ପ୍ରଦ୍ୟୁମ୍ନ ର ଅଣ୍ଡକୋଷ ରୋଗ ଭଲ ନହେବା ଯୋଗୁଁ ଶେଷରେ ବଳରାମ ନିଜର ମୁଣ୍ଡ ଗୁଞ୍ଜୁବାକୁ ଥିବା ବାସଗୃହ ଖଣ୍ଡିକ ବିକ୍ରି କରି ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସପିଟାଲକୁ ଚିକିତ୍ସା ପାଇଁ ନେଇ ସମସ୍ତ ଅର୍ଥ ଖର୍ଚ୍ଚ ପରେ ମଧ୍ୟ ପ୍ରଦ୍ୟୁମ୍ନ ସୁସ୍ଥ ହୋଇନଥିଲେ। ଯାହାଫଳରେ ପ୍ରଦ୍ୟୁମ୍ନର ପରିବାର ରୋଗଣା ପୁଅକୁ ଘରକୁ ନେଇ ଆସିଥିଲେ। ବର୍ତ୍ତମାନ ପ୍ରଦ୍ୟୁମ୍ନର ଚିକିତ୍ସା କରିବା ଅବସ୍ଥାରେ ବାପା ବଳରାମ ନାହାଁନ୍ତି। ସରକାରୀ ସାହାଯ୍ୟ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ମିଳିଲେହିଁ ପ୍ରଦ୍ୟୁମ୍ନର ଚିକିତ୍ସା କରିବେ ବୋଲି ବାପା ଓ ମାଆ ଚାହିଁ ବସିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ