ବାସନ୍ତୀଦୁର୍ଗା ପୂଜା ଅନୁଷ୍ଠିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବଜାର ଠାରେ ବାର୍ଷିକ ବାସନ୍ତୀଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୂଜକ ବାହୁଡା ମିଶ୍ରଙ୍କ ସମେତ ସହଯୋଗୀ ପୂଜକ ବିଜୟ ତ୍ରିପାଠୀ, ସୁରେନ୍ଦ୍ର ଦାସ, ପ୍ରଦୀପ ଦାସ ବୈଦିକ ମନ୍ତ୍ରରେ ବାସନ୍ତୀଦୁର୍ଗାଙ୍କ ମୁଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରିଛନ୍ତି। ପ୍ରଥମେ ସଂକଳ୍ପ, ଚଣ୍ଡୀପାଠ, ଦେବାଦେବୀ ସ୍ନାନ, ବଳି ସହିତ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂକଳ୍ପ କର୍ତ୍ତା ଭାବେ ପ୍ରଶାନ୍ତ ରାଉତ ଓ ଗୀତା ରାଉତ ଦାୟିତ୍ୱ ତୁଲାଇଥିଲେ। ଅନୁରୂପ ଭାବେ ବୈତରଣୀ କୂଳ ସ୍ଥିତ ଆଖୁଆପଦା ଆନିକଟ ଠାରେ ବାସନ୍ତୀ ଦୁର୍ଗା ପୂଜା ଆୟୋଜନ ହୋଇଥିବା ବେଳେ କହରାପୋଖରୀ ବଜାର କମିଟି ବ୍ୟବସାୟୀଙ୍କ ପକ୍ଷରୁ ପୂଜା ଅନୁଷ୍ଠିତ ହୋଇଛି ।


