ମହାବୀର ହନୁମାନଙ୍କ ପ୍ରତିଷ୍ଠା ଉତ୍ସବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଛତାବର ନିକଟ ପର୍ବତୀ ନେଉଳିଆ ମଧ୍ୟ ସ୍ଥଳ ଠାରେ  ମହାବୀର ହନୁମାନଙ୍କ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ସଂକଳ୍ପ କର୍ତ୍ତା ଭାବେ ମାନସ ବିଶ୍ୱାଳ ଓ ଦେବକୀ ବିଶ୍ୱାଳ ଦାୟିତ୍ୱ ତୁଲାଇଛନ୍ତି। ଅଧିବାସ ଦିବସରେ ଅଙ୍କୁରାରୋପଣ ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ଧାନ୍ୟଧିବାସ , ନଗର ପରିକ୍ରମା ଓ ଯଜ୍ଞ କର୍ମାରମ୍ଭ ହୋଇଥିଲା। ପରେ ନବ ଯୌବନ ଦର୍ଶନ, ଗୀତା ଯଜ୍ଞ ଓ ମହାବୀରଙ୍କ ଅନ୍ୟାନ୍ୟ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂଜକ ଭାବେ ପତିତପାବନ ନନ୍ଦ, ପ୍ରଶାନ୍ତ କୁମାର ପଣ୍ଡା, ଗୋପୀନାଥ ପଣ୍ଡା, ଲୋକନାଥ ପଣ୍ଡା, କମଳାକାନ୍ତ ପଣ୍ଡା, ରବିନ୍ଦ୍ର କୁମାର ପଣ୍ଡା ବୈଦିକ ରୀତିନୀତି ଅନୁଯାୟୀ ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ବିଶିଷ୍ଟ କଥାକାର ମାନଙ୍କ ଦ୍ୱାରା ପ୍ରବଚନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିଲା। ପ୍ରତିଷ୍ଠା ଉତ୍ସବକୁ  ମନୋଜ କୁମାର ରାୟ, ଅଭିଜିତ ସାମଲ, ସତ୍ୟରଞ୍ଜନ ରାୟ, ବିଶ୍ୱଜିତ ସାମଲ, କ୍ଷୀରୋଦ କୁମାର ଦାସ, ଅମର ସ୍ବାଇଁଙ୍କ ସମେତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ