ବାୟୋନିକ୍ ଲେନ୍ସ
ଦୁର୍ବଳ ଦୃଷ୍ଟିଶକ୍ତି ଥିବା ବ୍ୟକ୍ତିଙ୍କୁ ଆଉ ଚଷମା କିମ୍ବା ଲେନ୍ସ ବ୍ୟବହାର କରିବାକୁ ପଡ଼ିବ ନାହିଁ ବୋଲି କାନାଡାର ବ୍ରିଟିଶ କଲମ୍ବିଆରେ ରହୁଥିବା ଚକ୍ଷୁ ବିଶେଷଜ୍ଞ ଡକ୍ଟର ଗାର୍ଥ ବେବ୍ ଘୋଷଣା କରିଛନ୍ତି । ଦୀର୍ଘ ନଅ ବର୍ଷର ଗବେଷଣାରେ ସେ ପ୍ରାୟ ୧୯କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଡକ୍ଟର ବେବ୍ ଏତେ ପରିଶ୍ରମ କରିବା ପରେ ସଫଳତା ପାଇଛନ୍ତି । ଏହି ଅତ୍ୟାଧୁନିକ ‘ବାୟୋନିକ୍ ଲେନ୍ସ’ ୨୦୦ ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରାଯାଇଛି । ସମସ୍ତଙ୍କ ପ୍ରତିକ୍ରିୟା ଉତ୍ତମ ଥିଲା ବୋଲି ଜଣାପଡ଼ିଛି । ୧୫ ମିନିଟ୍ରେ ଚିକିତ୍ସାରେ ଆଖି ମଧ୍ୟରେ ଏକ ଛୋଟ ଯନ୍ତ୍ର ଲଗାଯାଏ । ମନୁଷ୍ୟ ବଞ୍ଚିଥିବା ପର୍ଯ୍ୟନ୍ତ ଏହି ଯନ୍ତ୍ର କାମ କରିବ ଓ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଏହାକୁ ଆଖିରେ ଲଗାଇବା ପରେ ଦୃଷ୍ଟି ଶକ୍ତି ତିନି ଗୁଣବୃଦ୍ଧି ପାଇଥାଏ ବୋଲି ଚିକିତ୍ସକଙ୍କ ମତ । ଏହାର ମୂଲ୍ୟ ୧୦ ହଜାରରୁ ଆରମ୍ଭ ହୋଇ ୨୦ହଜାର ଟଙ୍କା ପର୍ଯ୍ୟନ୍ତ।


