ବିଇଓ ଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ମାନେ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ଓ ଏଲିମେଣ୍ଟାରି ଶିକ୍ଷକ ସଂଘର ବହୁ ସଦସ୍ୟ ସୋମବାର ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଫୁଲ ତୋଡା ଦେଇ ନବ ବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହା ସହ ସଂଘର କର୍ମକର୍ତ୍ତା ମାନଙ୍କ ବିଭିନ୍ନ ମୌଳିକ ସମସ୍ୟା କୁ ସମାଧାନ କରିବା ପାଇଁ ବିଇଓ ଶ୍ରୀ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘର ସଭାପତି କୃଷ୍ଣ ଚନ୍ଦ୍ର ଦାଶ, ସମ୍ପାଦକ ମନୋଜ କୁମାର ତ୍ରିପାଠୀ, ଦିଲ୍ଲୀପ ପଲାଇ, ତ୍ରିନାଥ ସାହୁ, ମାଗୁଣି ଶତପଥି, ସି. ଏଚ୍‌. କିରଣ କୁମାର, ଲିଙ୍ଗରାଜ ସ୍ୱାଇଁ, ମନୋରଞ୍ଜନ ପଲାଇ, ଶିବାଜୀ ରେଡ୍ଡୀ, ଜୋସ୍ନା ରାଣୀ ସେଠୀ, ଏଲିମେଣ୍ଟାରୀ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର ବେହେରା, ସମ୍ପାଦକ ଲକ୍ଷ୍ମୀ ନାରାୟଣ ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ପଞ୍ଚାନନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ