ଜିମ ଉଦଘାଟନ କଲେ ଦକ୍ଷିଣାଞ୍ଚଳ ଆଇଜି
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ପୋଲିସ୍ ପଡିଆ ଠାରେ ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଫିଟନେସ୍ କୁ ଦୃଷ୍ଟିରେ ରଖି ଏକ ଜିମ୍ ଉଦଘାଟିତ ହୋଇଯାଇଛି । ଏହାକୁ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ଡିଆଇଜି ଭାବେ ପଦୋନ୍ନତି ପାଇଥିବା ଗଞ୍ଜାମ ଏସପି ବ୍ରିଜେଶ୍ କୁମାର ରାୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଓ ପି. କେ. ଦଳାଇ, ଡିଏସପି ଅଜୟ କୁମାର ମିଶ୍ର ଓ ଶ୍ରାବଣୀ ନାୟକ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଚମାଖଣ୍ଡି ଥାନାଧିକାରୀ ସୁଦୀପ୍ତ ସାହୁ, ବରିଷ୍ଠ କିରାଣୀ ଏ. ରାବଣା ରାଓଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


