ଦୁର୍ଘଟଣାରେ ମୃତ୍ୟୁ ବରଣ : ରେଡକ୍ରସ ପାଣ୍ଠିରୁ ମିଳିଲା ସହାୟତା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଭାଗବାନପୁର ଗ୍ରାମର ରାଜେଶ ଡାକୁଆ(୨୩) ଅକ୍ଟୋବର ୧୪ ତାରିଖରେ ମୃତ୍ୟୁ ବରଣ କରିଥିବା ବେଳେ ରେଡକ୍ରସ ପାଣ୍ଠିରୁ ସହାୟତା ଦିଆଯାଇଛି। ରାକେଶଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ଜାଣିବାପରେ ଅକ୍ଟୋବର ୧୫ ତାରିଖ ଦିନ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ବୁଗୁଡା ତହସିଲଦାରଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତ ଦେବାକୁ ପରାମର୍ଶ ଦେଇଥିଲେ। ଅକ୍ଟୋବର ୧୮ ତାରିଖ ଦିନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ରାଜେଶଙ୍କ ବାପା ସୁଶାନ୍ତ କୁମାର ଡାକୁଆଙ୍କୁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ। ଚେକ ପ୍ରଦାନ ସମୟରେ ଭାଗବାନପୁର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ଓ ସୁବ୍ରତ ରାଖଲ ଦାସ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ