ବିଏମସିର ଗାଇଡଲାଇନ ଜାରି
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଏହି ଲାକଡାଉନ ଯୋଗୁଁ ବସ ଓ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଥିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ରାଜ୍ୟ ବାହାରେ ଫଶି ରହିଛନ୍ତି । ତେବେ ଅନ୍ୟ ରାଜ୍ୟରୁ ଫେରି ବିନା ପଞ୍ଜୀକରଣରେ କେହି ଘରକୁ ଯାଇପାରିବେ ନାହିଁ । ଗତ ୨୨ ତାରିଖ ଦିନ ଏମିତି ଫତୱା ଜାରି କରିଥିଲେ ରାଜ୍ୟ ସରକାର । ଲକଡାଉନ ହଟିବା ପରେ ବାହାର ରାଜ୍ୟରୁ ଯିଏ ଗାଁକୁ ଫେରିବାକୁ ଚାହିଁବେ ତାଙ୍କୁ ନିଜ ସମ୍ପର୍କରେ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ ଏହାରି ଭିତରେ ଘରକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୋମବାର ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଫେରିବାକୁ ଚାହୁଁଥିବା ଲୋକଙ୍କୁ ବିଏମସି ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି । ବିଏମସି ପକ୍ଷରୁ କୁହାଯାଇଛି ଯେ, ବିଏମସି କର୍ମଚାରୀମାନେ ଏବେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି । ଫେରିବାକୁ ଚାହୁଁଥିବା ଲୋକଙ୍କ ନାମ ସହ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ବିଏମସି ପକ୍ଷରୁ କୁହାଯାଇଛି । ବିଏମସି ସର୍ଭେୟରମାନେ ବ୍ୟାଙ୍କ ଓ ପ୍ୟାନ ତଥ୍ୟ ମାଗିବେ ନାହିଁ । ଫେରିବାକୁ ଚାହୁଁଥିବା ଲୋକଙ୍କ ପଞ୍ଜୀକରଣ ଜରୁରୀ । ପଞ୍ଜୀକରଣ ସହ ୧୪ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।


