ଲକଡାଉନ ପରେ ମାଟ୍ରିକ ବହି ବିକ୍ରି
କଟକ: କରୋନା ଲକଡାଉନ ଯୋଗୁ ସବୁ ଠପ୍ । ଯାନବାହାନ ଚଳାଚଳ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିଛି । ସ୍କୁଲ କଲେଜ ମଧ୍ୟ ସବୁ ବନ୍ଦ । ଏହାରି ଭିତରେ ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରକୁ ଘରକୁ ଯାଇ ବହି ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଛାତ୍ରଛାତ୍ରୀଙ୍କୁ ନବମ ଓ ଦଶମ ପୁସ୍ତକ ବିକ୍ରି ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ଆଜି ଠାରୁ ବିଭିନ୍ନ ଜୋନକୁ ବହି ପଠାଯାଉଥିବା ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଲକଡାଉନ ପରେ ବହି ବିକ୍ରି ଉପରେ ନିଷ୍ପତ୍ତି ହେବ ବୋଲି ରାମାଶିଷ ହାଜରା କହିଛନ୍ତି । ଜୟପୁର ବ୍ୟତୀତ ରାଜ୍ୟର ଅନ୍ୟ ସବୁ ଜୋନରେ ବହି ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଛି ।


