ବିଗ ବିଲିୟନ ଡେଜ୍ ସେଲ ପାଇଁ ଭିଭୋର ଆକର୍ଷଣୀୟ ଅଫର

ବିଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ସେପ୍ଟେମ୍ବର ୩୦ ଠାରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ବିଗ ବିଲିୟନ
ଡେଜ ପାଇଁ ଆକର୍ଷଣୀୟ ଅଫରମାନ ଘୋଷଣା କରିଛି । ଏହି ୪ ଦିନର ସେଲ ପାଇଁ ଭିଭୋର ସର୍ବାଧିକ
ବିକ୍ରି ସ୍ମାର୍ଟଫୋନ ମାନଙ୍କ ଉପରେ ଅନେକ ଆକର୍ଷଣୀୟ ଅଫର ମାନ ଘୋଷଣା କରାଯାଇଛି । ଜେଡ୧ପ୍ରୋ ଏବଂ ଭି-୧୫ ଉପରେ ଫ୍ଲାଟ ଡିସକାଉଂଟ ଛଡା ଜେଡ-୧ଏକ୍ସ ଉପରେ ପ୍ରିପେଡ ବୁକିଙ୍ଗ ପାଇଁ ଅତିରିକ୍ତ ୨୦୦୦ ଟଙ୍କା ଛାଡ କରାଯାଇଛି ।  ଗ୍ରାହକ ମାନେ ଆକ୍ସିସ ବ୍ୟାଙ୍କ କ୍ରେଡିଟ ଏବଂ ଡେବିଟ କାର୍ଡ ଏବଂ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ
କାର୍ଡରେ ୧୦% ରିହାତି ପାଇ ପାରିବେ ।

ଜେଡ-୧ପ୍ରୋ
ଜେଡ-୧ପ୍ରୋ କୁ ପ୍ରଦର୍ଶନ, ଗତି ଓ ମନ୍ତ୍ରମୁଚା କଲାଭଳି ଡିଜାଇନର ଏକ ଆଦର୍ଶ ସମଷ୍ଟି ଭାବରେ ତିଆରି
କରାଯାଇଛି । ଭିଭୋ ଜେଡ-୧ପ୍ରୋ ଏଆଇ ଇଂଜିନ ସହ ଶକ୍ତିଶାଳୀ କ୍ୱାଲକମ ସ୍ନାପଡ୍ରାଗନ ୭୧୨,
୩୨ଏମପି ଇନଡିସପ୍ଲେ ସେଲଫି କ୍ୟାମେରା ଏବଂ ୧୮ଡବ୍ଲୁ ଫାଷ୍ଟ ଚାର୍ଜିଂ ସହ ବୃହତ ୫୦୦୦
ଏମଏଏଚ ବ୍ୟାଟେରୀ, ଏଆଇ ଟ୍ରିପଲ କ୍ୟାମେରା, ୧୬ଏମପି ପ୍ରାଇମେରି କ୍ୟାମେରା, ୮ଜିବି ସୁପର
ୱାଇଡ ଆଙ୍ଗଲ ଏବଂ ୨ଏମପି ଡେପ୍ଥ କ୍ୟାମେରା ସହ ସଜିତ ହୋଇଛି । ଭିଭୋ ଜେଡ-୧ପ୍ରୋ ତିନୋଟି
ପ୍ରକାରରେ ଉପଲବ୍ଧ ହେଇଛି । ୪ଜିବି+୬୪ଜିବି, ୬ଜିବି+୬୪ଜିବି ଏବଂ ୬ଜିବି+୧୨୮ଜିବି, ଏହା
ତିନୋଟି ରଙ୍ଗର ସୋନିକ ବ୍ଲାକ, ସୋନିକ ବ୍ଲୁ ଓ ମିରେଇ ବ୍ଲାକ ରେ ଉପଲବ୍ଧ ଅଛି । ଏହାର ମୁଲ୍ୟ ବିଗ
ବିଲିୟନ ଡେଜ ପାଇଁ ୧୨୯୯୦,୧୪୯୯୦,୧୫୯୯୦ ଧାର୍ଯ୍ୟ କରାଯାଇଛି ।
ଜେଡ-୧ଏକ୍ସ
ଜେଡ-୧ଏକ୍ସ ଶକ୍ତିଶାଳୀ କ୍ୱାଲକମ ସ୍ନାପଡ୍ରାଗନ ୭୧୨ ଏଆଇଇ ଟପସେଟ ଦ୍ୱାରା ସଂଚାଳିତ । ଏଥିରେ
ଭିଭୋର ନିଜସ୍ୱ ୨୨.୫ ଡବ୍ଲୁ ଭିଭୋ ଫ୍ଲାସ ଚାର୍ଜ, ୪୫୦୦ ଏମଏଏଚ ବୃହତ ବ୍ୟାଟେରୀ ବ୍ୟବହାର
ହେଉଛି । ଏହି ହ୍ୟାଣ୍ଡସେଟରେ ୪୮ଏମପି ପ୍ରାଇମେରୀ କ୍ୟାମେରା, ୮ଏମପି ସୁପର ୱାଇଡ ଆଙ୍ଗଲ
କ୍ୟାମେରା, ୨ଏମପି ଡେପ୍ଥ କ୍ୟାମେରା ତ୍ରୁଟିଶୁନ୍ୟ ସେଲଫି ଅନୁଭବ ଦେଇଥାଏ । ଜେଡ-୧ଏକ୍ସ ରେ
୧୬.୨୦ସିଏମ (୬.୩୮) ଏଫଏଚଡି + ସୁପର ଆମୋଲେଡ ଡିସପ୍ଲେ ସାହାଯ୍ୟରେ ଉତମ
ମଲ୍ଟିମିଡିଆ ଅନୁଭବ ପ୍ରଦାନ କରିଥାଏ । ଏହି ସ୍ମାର୍ଟଫୋନ୍ ରେ ସୁପର କ୍ଲିକ୍ ଇନ୍ ଡିସପ୍ଲେ ଫିଙ୍ଗରପ୍ରିଂଟ
ସ୍କାନର ବ୍ୟବହାର କରାଯାଉଛି ଯାହା .୪୮ସେକେଣ୍ଡରେ ଫୋନ କୁ ଅନଲକ୍ କରିଥାଏ । ଏହି ଫୋନ
ଦୁଇଟି ପ୍ରକାରରେ ଉପଲବ୍ଧ । ୬ ଜିବି + ୬୪ ଜିବି ଏବଂ ୬ ଜିବି + ୧୨୮ଜିବି । ଏହାର ମୁଲ୍ୟ
ଯଥାକ୍ରମେ ୧୬,୯୯୦ ଏବଂ ୧୮,୯୯୦ ଧାର୍ଯ୍ୟ କରାଯାଇଛି । ଏହା ଦୁଇଟି ରଙ୍ଗରେ ଉପଲବ୍ଧ ଫ୍ୟୁଜନ
ବ୍ଲୁ ଓ ଫ୍ୟାଂଟମ ପର୍ପଲ ।
ଭି-୧୫
୩୨ ମେଗାପିକ୍ସେଲ ପପ୍ଅପ୍ କ୍ୟାମେରା ଓ ଅଲଟ୍ରା ଫୁଲ ଭିୟୁ ଡିସପ୍ଲେ ଯେଉଁଠାରେ ୯୦.୯୫% ସ୍କ୍ରିନ-
ଟୁ-ବଡି ଅନୁପାତରେ ସମସ୍ତ ବିଘ୍ନ ଦୁରେଇ ଶ୍ରେଷ୍ଠ ଅନୁଭବ ଦେବାରେ ଭି-୧୫ ଅନନ୍ୟ । ଏହି
ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ସହ ୧୨ ମେଗାପିକ୍ସେଲ ଡୁଆଲ ପିକ୍ସେଲ
ସେନସର୍ (୨୪ନିୟୁତ ଫଟୋ ସେନସିଟିଭ୍ ୟୁନିଟ) + ୮ ମେଗାପିକ୍ସେଲ ଏଆଇ ସୁପର ୱାଇଡ୍
ଆଙ୍ଗଲ କ୍ୟାମେରା + ୫ ମେଗାପିକ୍ସେଲ ଡେପ୍ଥ କ୍ୟାମେରା ବ୍ୟବହାର ହେଉଛି । ଏହି ସ୍ମାର୍ଟଫୋନ
ଫ୍ରୋଜେନ ବ୍ଲାକ ଓ ଆକ୍ୱା ବ୍ଲୁ ରଙ୍ଗରେ ଉପଲବ୍ଧ । ଏହାର ମୁଲ୍ୟ ୨୩,୯୯୦ ଧାର୍ଯ୍ୟ କରାଯାଇଛି ।
ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ
ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା
ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ଗ୍ରେଟର ନୋଏଡାଠାରେ ଏହାର ନିର୍ମାଣ କେନ୍ଦ୍ର
ରହିଛି । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ଅଂଚଳରେ ୫୩୯ରୁ ଅଧିକ ସହରରେ
କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ
ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ