ବିଜୁଳି ଦର ବୃଦ୍ଧି ଓଡିଶାବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା : ବିଜେପି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କରୋନା ମହାମାରୀ ସମୟରେ ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି । ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ପୂର୍ବରୁ ଅକ୍ଟୋବର ମାସରେ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଥିବା ବେଳେ ପୁଣି ଥରେ ଭୀଷଣ ଖରା ସମୟରେ ବିଜୁଳି ଦର ୩୦ ପଇସା ବୃଦ୍ଧି କରିବା ଅର୍ଥାତ୍ ୭ ମାସ ମଧ୍ୟରେ ବିଜୁଳି ଦର ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି କରିବା ଓଡିଶାବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ହେବା ସଦୃଶ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ତୁରନ୍ତ ଏହି ନିଷ୍ପତି ପ୍ରତ୍ୟାହାର କରନ୍ତୁ । ଏପରି ନହେଲେ ବିଜେପି ଦଳ ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲାଇବ । ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠାଯିବ ବୋଲି ସେ କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଲକ୍ ଡ଼ାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନି (ଡ଼ିସକମ) ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ୮୪ କୋଟି ଟଙ୍କାର ରିହାତି ଦଆଯାଇଥିଲା । ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନି ଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି ୩.୭୮ କୋଟି, ଏନଟିପିସି ୫୬.୮ କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫ କୋଟି ରିହାତି ଦିଆଯାଇଛି । ଅପରପକ୍ଷରେ ଗ୍ରିଡକୋ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୫୯୬୩.୨୧ କୋଟି ଟଙ୍କା ବକେୟା ଅଛି । ସେଥିମଧ୍ୟରୁ ୱେସ୍କୋ ଉପରେ ୧୧୧୪.୬୫ କୋଟି, ନେସ୍କୋ ଉପରେ ୧୦୨୪.୦୬ କୋଟି, ସାଉଥକୋ ଉପରେ ୧୧୬୩.୬୯ କୋଟି ଓ ସେସୁ ଉପରେ ୨୬୬୦ କୋଟି ବକେୟା ରହିଛି । ବିଜୁଳି ଦର ୟୁନିଟ ପିଛା ୩୦ ପଇସା ବଢିବ ବୋଲି ସରକାର କହୁଛନ୍ତି କିନ୍ତୁ ଇଡକୋ ଠାରୁ ବିଦ୍ୟୁତ ବିତରଣ କମ୍ପାନୀ(ଡ଼ିସକମ) ୭ ପଇସାରେ କିଣିବେ ଅଥଚ ଉପଭୋକ୍ତା ୩୦ ପଇସା ଦେବେ । ୪ଟି ବିତରକ କମ୍ପାନୀ ଉପରେ ମାର୍ଚ୍ଚ ୨୦୧୯ ସୁଦ୍ଧା ଗ୍ରୀଡକୋର ବକେୟା ୩୯୩୭.୪୮ କୋଟି ଟଙ୍କା ପଡିରହିଛି । ଏହାସହ ଏହି କମ୍ପାନୀ ମାନଙ୍କ ପାଇଁ ବିଶ୍ୱ ବ୍ୟାଙ୍କ ଓ ସରକାର ୨୯୦୮.୫୫ କୋଟି ଟଙ୍କା ଋଣ ଯୋଗାଇଦେଇଛନ୍ତି । ଏତେ ସୁବିଧା ଦିଆଯିବା ପରେ ବି ବିତରକ କମ୍ପାନୀ ମାନଙ୍କ ପାଇଁ ବିଜୁୁଳି କାଟିବା ଓ ବିଜୁଳି ଟାରିଫ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କାହିଁକି ତତ୍ପର ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏହାସହ ଶ୍ରୀ ମହାପାତ୍ର ଆରଟିଆଇ ତଥ୍ୟ ଆଧାରରେ କହିଛନ୍ତି ବିଗତ ଦିନମାନଙ୍କରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏଚପିସିକୁ କମ୍ ଦରରେ ବିଜୁଳି ଉତ୍ପାଦନ ପାଇଁ ୫୨୨୫ କୋଟି ଟଙ୍କା ଛାଡ କରାଯାଇଛି । ଏହା ପରେ ବି ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ଓଏଚପିସି ତରଫରୁ ବିଜୁଳି ଟାରିଫରେ ବଡ ବୃଦ୍ଧି ପାଇଁ ଦାବୀ କରାଯାଇଛି । ଏତେ ବଡ ପାଣି ବିଲ୍ ଛାଡ କଲା ପରେ ବି ଏହି ସରକାରୀ କମ୍ପାନୀ ଖାଉଟି ମାନଙ୍କ ଉପରେ ବୋଝ ଲଦିବା ପାଇଁ କାହିଁକି ଦାବୀ କରୁଛି ଓ ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱୀକୃତି ନେଇଛି ନା ନାହିଁ ବୋଲି ଏହା ସ୍ପଷ୍ଟ କରିବା ପାଇଁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ ପିଛା ପ୍ରଥମ ୫୦ ୟିନିଟ୍ ପର୍ଯ୍ୟନ୍ତ ୨ଟ ୭୦ ପଇସା ରହିଥିବା ବେଳେ ଦେଶର ସିକିମ ରାଜ୍ୟରେ ଯଥାକ୍ରମେ ୟୁନିଟ୍ ପିଛା ୧ଟ ୨୦ ପଇସା, ଆନ୍ଧ୍ର ଓ ତେଲେଙ୍ଗାନାରେ ୧.୪୫ ଟଙ୍କା, ଗୋଆରେ ୧.୪୦ ଟଙ୍କା ଓ ଛତିଶଗଡରେ ୨.୪୦ ଟଙ୍କା ରହିଛି । ସେହିପରି ତାମିଲନାଡୁ ଭଳି ରାଜ୍ୟରେ ୧୦୦ ୟୁନିଟ ଯାଏଁ ମାଗଣା ବ୍ୟବସ୍ଥା ରହିଛି ଅର୍ଥାତ୍ ୧୦୦ ୟୁନିଟ୍ ଯାଏଁ କୌଣସି ଟଙ୍କା ଦେବାକୁ ପଡେନାହିଁ । ଖାଉଟି ମାନଙ୍କର ବିଜୁଳି ଟାରିଫ୍ ଅପରିବର୍ତିତ ରଖିବା ସହ ରାଜ୍ୟର କୃଷକ ମାନଙ୍କୁ ଶାସକ ଦଳର ପ୍ରତିଶ୍ରୁତି ଅନୁସାରେ ମାଗଣା ବିଜୁଳି ଯୋଗାଇଦେବା ପାଇଁ ଦାବୀ କରିଛନ୍ତି । ଏହାସହ ରାଜ୍ୟରେ ଶିଳ୍ପ ବିକାଶ ପାଇଁ ବର୍ତମାନ ପ୍ରଚଳିତ ୟୁନିଟ୍ ପିଛା ୫ ଟଙ୍କା ୭୦ ପଇସାର ଟାରିଫ୍ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ ଟଙ୍କା ୫୦କୁ କମ୍ କରିବା ପାଇଁ ଦାବୀ କରିଛନ୍ତି । ଏହାସହ ଆନ୍ଧ୍ର ଓ ଗୁଜୁରାଟ ଭଳି ରାଜ୍ୟରେ ଅଣୁ କ୍ଷୁଦ୍ର ଶିଳ୍ପ ପାଇଁ ବିଶେଷ ରିହାତି ସହ ୟୁନିଟ୍ ପିଛା ମୂଲ୍ୟ ୨ ଟଙ୍କା ୬୦ ପଇସା ରଖାଯାଇଛି । ଓଡିଶାର ଶିଳ୍ପ ବିକାଶ ପାଇଁ ଏହି ଶିଳ୍ପ ଅଗ୍ରଣୀ ରାଜ୍ୟ ମାନଙ୍କର ପଦାଙ୍କ ଅନୁସରଣ କରିବା ପାଇଁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।ସୋମବାର ସକାଳ ଠାରୁ ମଙ୍ଗଳବାର ସକାଳ ପର‌୍ୟ୍ୟନ୍ତ ମୟୁରଭଂଜ , ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ ୩୧ ତାରିଖରୁ ରାଜ୍ୟକୁ ପୁରଣି ଗ୍ରୀଷ୍ମ ପ୍ରବାହ ଫେରିବ । ବିଶେଷ କରି ପଶ୍ଚିମ ଓଡିଶାରେ ଖରାର ପ୍ରକୋପ ଅଧିକ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବା ବଲାଙ୍ଗୀର , ସୋନପୁର, ସମ୍ବଲପୁର , ଅନୁଗୁଳ , ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକରେ ସକାଳ ୧୧ ଟାରୁ ଅପରାହ୍ନ ୩ ଟା ମଧ୍ୟରେ ବାହାରକୁ ଯାଉଥିଲେ ସତର୍କ ରହିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ