୩ ଦିନ ଯାଏଁ କାଳବୈଶାଖୀ , ୩୧ରୁ ବଢିବ ତାତି
ଭୁବନେଶ୍ୱର, (ୱାଇଏନ୍ଏସ୍): ଦକ୍ଷିଣ ଛତିଶଗଡ ଓ ଏହାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେବେ ୩୧ ତାରିଖରୁ ପୁଣି ଖରାର ପ୍ରକୋପ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏଥିସହ ବଜ୍ରପାତ ଓ ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଥିବା ୧୭ ଟି ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ଦିନ ସାଢେ ୧ ଟାରୁ ରବିବାର ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର କଟକ , ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ , କୋରାପୁଟ , ଗଜପତି ଓ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହୋଇପାରେ । ଏହି ସମୟ ମଧ୍ୟରେ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିପାରେ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ରବିବାର ସକାଳ ୮ଟା ୩୦ ଠାରୁ ସୋମବାର ସକାଳ ମଧ୍ୟରେ ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା , ଜଗତସିଂହପୁର ଓ କଟକ ଏବଂ


