ବିଜୁ ଜନତା ଦଳ ର ବିପୁଳିଙ୍ଗି ପଞ୍ଚାୟତରେ ଜନ ସମ୍ପର୍କ ପଦଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧି ଜୟନ୍ତୀ ଠାରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ନେଇ ଶୁକ୍ରବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୨୧ନଂ ଜିଲ୍ଲାପରିଷଦ ଜୋନ ଅନ୍ତର୍ଗତ ବିପୁଳିଙ୍ଗି ପଂଚାୟତରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତାକୁ ଘରେ ଘରେ ପହଂଚାଇବା ଏବଂ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ରାଜ୍ୟ ସରକାର କରିଥିବା ସମସ୍ତ ଯୋଜନା ଗୁଡିକ ଯେପରି ସଠିକ୍ ହିତାଧିକାରୀ ଜାଣିପାରିବେ ଆଉ ସେଗୁଡିକର ଫାଇଦା ଉଠାଇପାରିବେ ଏହା ହିଁ ଜନ ସମ୍ପର୍କ ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଏହି ପଦଯାତ୍ରାରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଯୁବନେତା ବିମଳ କୁମାର ପଣ୍ଡା, କିଶୋର ବେହେରା, ସୁରେଶ ଦାଶ ଓ ସୁଧୀର କୁମାର ପାଢି, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, କାଉନସିଲର ଦେବାଶିଷ ମିଶ୍ର, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡୀ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ , ଉପସଭାପତି କାହ୍ନୁ ଚରଣ ବେହେରା, ଛତ୍ରପୁର ନଗର ବିଜେଡି ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ବିପୁଳିଙ୍ଗି ସରପଞ୍ଚ ହୀନା ସେଠୀ, ଲକ୍ଷ୍ମଣ ସେଠୀ , କାମରାଜୁ ଖୁଣ୍ଟିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଗବାନ ବେହେରା, ପୋଟ୍ଟଲାମପୁର ସରପଞ୍ଚ ନୀରଜଂନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଟାଙ୍ଗଣାପଲ୍ଲୀ ସରପଞ୍ଚ ବି.ସୁଦାମ , ଚିକଲଖଣ୍ଡି ଗ୍ରାମ ପଞ୍ଚାୟତର ବିଜେଡି ଯୁବନେତା ଅଭିରାମ ପ୍ରଧାନ, ସନ୍ତୋଷ କୁମାର ବେହେରା ଓ ଟିକିନା ଗୈାଡଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ