ବିଜେଡ଼ିର ମିଶ୍ରଣ ପର୍ବ  : ଶତାଧିକ ପରିବାର ଅନ୍ୟଦଳ ଛାଡ଼ି ବିଜେଡି ରେ ଦେଲେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର  ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ‘ଓରା’ ଗ୍ରାମ ଠାରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ପହଞ୍ଚିବା ପରେ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ବିଧାୟକଙ୍କୁ ପାଛୋଟି ନେବାସହ ଗ୍ରାମର ଦୀର୍ଘ ଦିନର ସମସ୍ୟା ପ୍ରତିପାଦନ କରିଥିଲେ l ବିଧାୟକ ଶ୍ରୀ କହଁର ଗ୍ରାମବାସୀ ମାନଙ୍କ  ସମସ୍ୟା ଶୁଣିବା ପରେ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିବୁ ବୋଲି ପ୍ରତିଶୃତି ଦେଇଥିଲେ  |କୋଟଗଡ଼ ଦୁର୍ଗମ ଅଞ୍ଚଳର ହରିଜନ ଓ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚି ବିଧାୟକ ଚକ୍ରମଣି ଅଞ୍ଚଳ ବାସୀଙ୍କ ସମସ୍ୟା ବୁଝୁଥିବାରୁ ଅଞ୍ଚଳ ବାସି ଦୀର୍ଘ ଦିନ ଧରି ଗୋଟିଏ ଦଳରେ କାର୍ଯ୍ୟ କରିଆସୁଥିବା ଜନସାଧାରଣ ସ୍ୱତଃ ଫ୍ରୁତ ଭାବେ ବିଜୁ ଜନତା ଦଳରେ ପ୍ରାୟ ୩ଟି ପଞ୍ଚାୟତ ଯଥା ଓରା, ମାର୍ଲାଙ୍ଗା ରେ ପ୍ରାୟ ୨ଶହରୁ ଉର୍ଦ୍ଧ ଲୋକ ଯୋଗଦାନ କରିଥିବା ବେଳେ କୋଟଗଡ଼ ପଞ୍ଚାୟତର କଲୋନୀ ସାହିର ୧୧୨ଜଣ ବିଜେଡ଼ି ରେ ଯୋଗଦାନ କରିଛନ୍ତି |ଏଥିରେ ବିଧାୟକଙ୍କ ସମେତ କୋଟଗଡ଼ ସାଂସଦ ପ୍ରତିନିଧି ମନୋଜ ସାବତ, ବ୍ଲକ ଅଧ୍ୟକ୍ଷା ସବିତା ମଳିକ, ଉପାଧ୍ୟକ୍ଷ ଜି.ପାନ୍ତୁଲୁ ରାଓ ଏବଂ ଅନେକ ବିଜେଡ଼ି ନେତା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ