ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ୧୧ନଂଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ରୁ ପୋଲିସ ଉଦ୍ଧାର କରିଛି। ସେ ମାନସିକ ଅଶାନ୍ତି ରେ କିଛି ଦିନ ହେଲା ରହୁଥିଲେ। ପାରିବାରିକ କାରଣ ରୁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ଆତ୍ମହତ୍ୟା ପଛରେ କିଛି ରହସ୍ୟ ଲୁଚି ରହିଛି ତାକୁ ନେଇ ଗୋପ, ନିମାପଡା, କୋଣାର୍କ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ମୃତ୍ୟୁ ଘଟଣାରେ କିଛି ରାଜନେତା, କିଛି ଗଣମାଧ୍ୟମ ପ୍ରତିନିଧି ପରୋକ୍ଷ ଭାବେ ଦାୟୀ ବୋଲି ଲୋକ ମାନେ କୁହାକୁହି ହେଉଛନ୍ତି। ସେ ମୃତ୍ୟୁ ପୁର୍ବରୁ କିଛି ମେସେଜ ତାଙ୍କ ସୋସିଆଲ ମିଡିଆରେ ଛାଡିଥିବା ଶୁଣିବାକୁ ମିଳୁଛି। ତାଙ୍କ ଫୋନ ଦୁଇଟିକୁ ଜବତ କରି ପୋଲିସ ଘଟଣା ର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାକୁ ସାଧାରଣ ରେ ଦାବି ହେଉଛି। ତାଙ୍କ ମୃତ୍ୟୁ ରେ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ା, ଯୁବବ୍ୟାପାର, ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ନିମାପଡା ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର କୁ ସମବେଦନା ଜଣାଇଛନ୍ତି। ଏହି ଘଟଣା ସମଗ୍ର ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


