ସର୍ପାଘାତରେ ଦଶମ ଶ୍ରେଣୀ ଛାତ୍ରୀ ମୃତ
ଜଗତସିଂହପୁର, (ଅନସୂୟା ରାଉତ):ଗତ କାଲି ରାତିରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସର୍ପାଘାତରେ ମୃତ୍ୟୁ ବରଣ କରିଛନ୍ତି। ଖବରରୁ ଜଣାଯାଏ ବାଲିକୁଦା ଥାନା ଅନ୍ତର୍ଗତ ରାହାଣ ହାଇସ୍କୁଲର ଦଶମ ଶ୍ରେଣୀରେ ପଢ଼ୁଥିବା ସୁଷମା ନାୟକ ନିଜ ଭଡା ଘରେ ରହୁଥିଲେ। ସନ୍ଧ୍ୟାରେ ତାଙ୍କୁ ଗୋଟିଏ ବିଷଧର ସାପ କାମୁଡି ଥିଲା।ତାର ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲ ନେଇଥିଲେ।ରାତି ଚାରିଟାରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହି ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ନିଜ ଘର ଢେଙ୍କାନାଳ। ତାଙ୍କ ବାପା ଶରତ ଏଠାରେ ରହି ମୁଡି ବ୍ୟବସାୟ କରନ୍ତି।ଜଣେ ମେଧାବିନୀ ଛାତ୍ରୀଙ୍କୁ ହରାଇ ରାହାଣ ବିଦ୍ୟାଳୟର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଦୁଃଖରେ ଭାଙ୍ଗିପଡିଲା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଞ୍ଚଳ ବାସୀଯଥାଶୀଘ୍ର ସରକାରଙ୍କ ସହାୟତା ଲୋଡିଛନ୍ତି ।


