ବିଜେଡ଼ି ର ମିଶ୍ରଣ ପର୍ବ : ସରପଞ୍ଚଙ୍କ ନେତୃତ୍ୱରେ ବିଜେପି ତ୍ୟାଗକଲେ ଶହ ଶହ ପରିବାର

ବୁଗୁଡା, କଳିଙ୍ଗ ଜ୍ୟୋତି ( ଅନିଲ କୁମାର ମହାରଣା ) : ଗଞ୍ଜାମ ଜିଲ୍ଲାର ଖୋଳଖାଳି ଗ୍ରାମ ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ଓ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ ଶହ ଶହ ବିଜେପି ନେତା, କର୍ମୀ ଓ ସମର୍ଥକ ପରିବାର ଭାରତୀୟ ଜନତା ପାର୍ଟି ତ୍ୟାଗକରି ଅକ୍ଟୋବର ୨୪ ତାରିଖ ଦିନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି । ଖୋଳଖାଳି ଗ୍ରାମ ପଞ୍ଚାୟତରେ ବିଜେଡିର ଏହି ମିଶ୍ରଣ ପର୍ବରେ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ଓ ନାଏବ ସରପଞ୍ଚଙ୍କ ସ୍ୱାମୀ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ ସୁଦର୍ଶନ ଜେନା, ନିବାସୀ ବାରିକ, ଶିବ ବେହେରା, ଟୁକୁନା ରାଉତ, ମନ୍ମଥ ମଙ୍ଗାଳ, ଚନ୍ଦ୍ରଶେଖର ଗୌଡ଼, ବଳରାମ ଚଣ୍ଡ, ବସନ୍ତ ପ୍ରଧାନ, ଆଶ୍ଵିନ ଖଣ୍ଡେଇ, ଗୁରୁମୁର୍ତ୍ତି ସାହୁ ପ୍ରମୁଖ ଙ୍କ ସମେତ ବିଜେପିର ଶହ ଶହ କର୍ମୀ ଓ ସମର୍ଥକ ବିଜେପି ତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିବା ସହ ବିଜୁଜନତା ଦଳରେ ସାମିଲ କରିଥିଲେ । ଏହି ମିଶ୍ରଣ ପର୍ବରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବ୍ଲକ ଅଧ୍ୟକ୍ଷ ମାମୀ ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ଜିଲ୍ଲା। ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ଗଙ୍ଗାପାଣି ଜେନା, କବିରାଜ ଗୌଡ଼, ସନ୍ତୋଷ କୁମାର ଭୋଳ, ବରୁଣ ସେନାପତି ପ୍ରମୁଖ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ