ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ୩ ସପ୍ତାହ ବୃଦ୍ଧି

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ସମୟ ସୀମା ଆଉ ତିନି ସପ୍ତାହ ବୃଦ୍ଧି ପାଇଲା । ସୁଚନାନୁସାରେ , ବର୍ତ୍ତମାନ ସୁଦ୍ଧା ୪୧ଲକ୍ଷ ସଭ୍ୟ ସଂଗ୍ରହ କରାଯାଇଛି। ଯାଜପୁର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ସଭ୍ୟ ସଂଗ୍ରହ ଅଭିଯାନରେ ଆଗୁଆ ରହିଛି। ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ବୈଠକ ବସିଥିଲା। ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରତି ନିର୍ବାଚନ ମଣ୍ଡଳୀରେ ୬୦ହଜାର ସଭ୍ୟ ସଂଗ୍ରହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗତଥର ୪୫ଲକ୍ଷରୁ ଅଧିକ ସଭ୍ୟ ସଂଗ୍ରହ କରାଯାଇଥିଲା । ଏଥର ବର୍ତ୍ତମାନ ସୁଦ୍ଧା ୪୧ଲକ୍ଷରୁ ଅଧିକ ସଭ୍ୟ ସଂଗ୍ରହ କରାଯାଇଛି। ପୂଜା, ବର୍ଷା ଓ ବିଜେପୁର ଉପନିର୍ବାଚନ ଚାଲିଥିବାରୁ ସଭ୍ୟ ସଂଗ୍ରହ ସମୟକୁ ବଢାଯାଇଥିବା ବିଜେଡି ସଭାପତି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ