ବିଜେଡି ନଗରପାଳ ପ୍ରାର୍ଥୀଙ୍କ ସହ ୪ କାଉନସିଲର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ନିର୍ବାଚନ କମିଶନର ଓଡ଼ିଶାର ୫୯ ଏନଏସି, ୪୭ ମ୍ୟୁନିସିପାଲିଟି ଓ ୩ କର୍ପୋରେସନ ମିଶି ମୋଟ ୧୦୯ ପୌରସଭା ପାଇଁ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ ଗ୍ରହଣ କାରାଯିବା ପାଇଁ ଫେବୃଆରୀ ୨୫ ତାରିଖରେ ଘୋଷଣା କରିଥିଲେ । ଘୋଷଣା ପ୍ରକାରେ ମାର୍ଚ୍ଚ ୨ ତାରିଖ ଠାରି ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ମାର୍ଚ୍ଚ ୯ ତାରିଖରେ ଯାଞ୍ଚ ଥିବାବେଳେ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି । ମାର୍ଚ୍ଚ ୨୪ ତାରିଖ ସକାଳ ୮ ଘଣ୍ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଓ ମାର୍ଚ୍ଚ ୨୬ ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ବୁଗୁଡା ବିଜ୍ଞାପିତ ଅଞ୍ଚଳରେ ୧୩ ୱାର୍ଡ ଥିବା ବେଳେ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ ଜଣେ ନଗରପାଳ ପାଇଁ ଓ ଚାରି ଜଣ କାଉନସିଲର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମାର୍ଚ୍ଚ ୪ ତାରିଖ ଦିନ ବିଜୁ ଜନତା ଦଳର ନଗରପାଳ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ନିଜର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ତଥା ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ନିକଟରେ ଦାଖଲ କରିଛନ୍ତି । ସେହିପରି ବିଜେଡି ପ୍ରାର୍ଥୀଭାବେ କାଉନସିଲର ପାଇଁ ଗୀତାଞ୍ଜଳୀ ପାଢ଼ୀ, ଉର୍ମିଳା ସାହୁ, ଆଶୁତୋଷ ବଢ଼େଇ ଓ ପିଙ୍କି ନାହାକ ନିଜ ନଜର ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀ ଶ୍ରୀ ଜେନାଙ୍କ ନିକଟରେ ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ