ରାଇରଙ୍ଗପୁରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମଜୟନ୍ତୀ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଆଜି ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ, ଉତ୍କଳ ମାତାର ଯୋଗ୍ୟତା ସନ୍ତାନ, ମହାନ ଜନନାୟକ, କଳିଙ୍ଗ ପୁତ୍ର, କ୍ରାନ୍ତିକାରୀ ପୁରୁଷ, ନବ ଓଡିଶାର ବିନ୍ଧାଣି, ବିକାଶ ପୁରୁଷ, ସମୃଦ୍ଧ ଓଡିଶାର ସ୍ୱପ୍ନଦ୍ରଷ୍ଟା, ଓଡିଶାର ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ରାଇରଙ୍ଗପୁରରେ ବିଜେଡି ତରଫରୁ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ଦଳୀୟ କର୍ମି ଓ ନେତୃବୃନ୍ଦ ସ୍ଥାନୀୟ ଦୁର୍ଗାମଣ୍ଡପ ଛକରେ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଜୁପଟ୍ଟନାୟକ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଲଙ୍ଗ ଲିଭ ଦଳୀୟ କର୍ମିଙ୍କ ଧାରାରେ ପ୍ରକମ୍ପିତ ହୋଇଥିଲା ଦୁର୍ଗାମଣ୍ଡପ ଛକ । ପରେ କୁଚେଇବୁଢିସ୍ଥ ବିଜେଡି କାର୍ଯ୍ୟାଳୟ ପରିସରରେ ବିଜୁପଟନାୟକଙ୍କ ସ୍ମୃତିଚାରଣ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ସଭାପତିତ୍ବ କରିଥିବାବେଳେ ମୋରଡ଼ା ବିଧାୟକ ରାଜକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବିଜୁପଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ସ୍ମୃତି ଚାରଣ ସଭାରେ ବିଜୁ ବାବୁଙ୍କ ଅମ୍ଳାନ ପ୍ରତିଭା, ଭାରତ ସ୍ୱାଧୀନତାରେ ତାଙ୍କର ତ୍ୟାଗ, ନବ ଓଡିଶାର ନିର୍ମାଣରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ଦିର୍ଘକାଳ ଓଡ଼ିଶାର କ୍ଷମତା କେନ୍ଦ୍ରରେ ନଥିଲେ ମଧ୍ୟ ଓଡ଼ିଶ ର ବିକାଶ ରଥକୁ ଆଗେଇ ନେବାପାଇଁ ସର୍ବଦା ଚେଷ୍ଟିତ କରିଥିଲେ । ବିଜୁବାବୁଙ୍କ ସ୍ୱପ୍ନ ଥିଲା’ମୋ ଓଡିଶା ପୁର୍ଣାଙ୍ଗ ବିକାଶ’ । ତାଙ୍କରି ସମୟରେ ଭାରତର ଗଭୀର ପାରାଦୀପ ବନ୍ଦର, ଜାତୀୟ ରାଜପଥ, ରାଉରକେଲା ଆଂଚଳିକ ଇଞ୍ଜିନିୟରିଂ କଲେଜ, କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ବାଲିମେଳା ଡେମ୍ ପ୍ରୋଜେକ୍ଟ,ବରଗଡ଼ ସିମେଣ୍ଟ କାରଖାନା, ସୁନାବେଡ଼ା ମିଗ୍ ବିମାନ କାରଖାନା, ବୁର୍ଲା ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଚାରବାଟିଆ ମିଲିଟାରୀ ଅବତରଣ କେନ୍ଦ୍ର, ୧୩ଟି ଜିଲ୍ଲାରୁ ୩୦ ଜିଲ୍ଲା ଗଠନ, ପଞ୍ଚାୟତ ରାଜବ୍ୟବସ୍ଥା, ମହିଳାମାନଙ୍କୁ ସଶକ୍ତିକରଣ ପାଇଁ ନିର୍ବାଚନରେ ସଂରକ୍ଷିତ ବ୍ୟବସ୍ଥା ପ୍ରଣୟନ କରି ଇତିହାସ ରଚିଯାଇଛନ୍ତି । ଏଥିରେ ବରିଷ୍ଠ ନାଗରିକ ରସାନନ୍ଦ ଲେଙ୍କା,ଜିଲ୍ଲା ଯୁବ ସଭାପତି ଅଭିଷେକ ପଟ୍ଟନାୟକ,ମହିଳା ସଭାପତି ତନୁଜା ମହାନ୍ତ,ରାଜ୍ୟ ଯୁଗ୍ମ ଯୁବ ସମ୍ପାଦକ ଗଣେଶ ମିଶ୍ର, ବରିଷ୍ଠ ନେତା, ପାର୍ଥ ସାରଥୀ କବି, ମନୁ ଚୌଧୁରୀ, ରତିକାନ୍ତ ପରୀକ୍ଷା,ଜଲେନ ନାଏକ, ରାଜ୍ୟ ଛାତ୍ର ସମ୍ପାଦକ ବିକାଶ ମହାନ୍ତ, ବିଭିନ୍ନ ଜୋନର ଜିଲ୍ଲା ପରିଷଦ ସଚ୍ଚିଦାନନ୍ଦ ମହାନ୍ତ ଜୋନ(୪୫)), ପରେଶ ମୁଣ୍ଡା(20),ଜନତା ବସା (21),ପୂର୍ଣ୍ଣ ମାର୍ଣ୍ଡି (16), ବାବୁଲ ଟୁଡୁ (17),ଭଗବତୀ ମିଶ୍ର(25), ସୂର୍ଯ୍ୟ ମଣି ହାଁସଦା(26), ଲିପିକା ମଣ୍ଡଳ(46)ପୁର୍ଣିମା ମହାନ୍ତ, ,ବୁଲୁ ପଟ୍ଟନାୟକ,ଗୌରୀ ଦତ୍ତ, ଆହ୍ୱାନ ପଟ୍ଟନାୟକ, ପଙ୍କଜ ସିଂ, ଡଃ ଟି. କେ.ଗୁପ୍ତା, କ୍ରିଷ୍ଣା ଶର୍ମା,ସୌମ୍ୟରଞ୍ଜନ ଦାସ,ସତ୍ୟଜିତ ଦାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଓ କର୍ମି ସାମିଲ ହୋଇଥିଲେ । ନବ ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ ଓ ସଦସ୍ୟମାନଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।


