ବିଜେପିର ରାଜ୍ୟ ସମ୍ପାଦକ ଗୋପାଳପୁର ପୋର୍ଟ ସିଇଓଙ୍କୁ ଭେଟିଲେ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ର ଆଜି ଗୋପାଳପୁର ବନ୍ଦର ପରିଦର୍ଶନ କରି ବନ୍ଦରର ସିଇଓ କ୍ୟାପଟେନ ସନ୍ଦିପ ଅଗ୍ରୱାଲଙ୍କୁ ଭେଟି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା, ଜାତୀୟ ରାଜପଥ କଡ଼ରେ ଅଟକିଥିବା ଲୁହା ପଥର ବୋଝେଇ ଗାଡ଼ି ଏବଂ ଶ୍ରମିକ ମାନଙ୍କ ନିଯୁକ୍ତି ଓ ପାରିପାଶ୍ୱିର୍କ ଉନ୍ନତି ସଂର୍ପକରେ ଆଲୋଚନା କରିଥିଲେ । ଏହା ସହ ଗୋପାଳପୁର ପୋର୍ଟ ପରିସରେ ପୋତି ହୋଇଥିବା ମାଛ ଧରା ଜେଟିର ଖନନ ଅତିଶୀଘ୍ର କରିବା ନେଇ ସିଇଓ ଶ୍ରୀ ଅଗ୍ରୱାଲଙ୍କୁ କହିଥିଲେ । ଗୋପାଳପୁର ପୋର୍ଟକୁ ବିଭିନ୍ନ ବ୍ୟବସାୟୀ ଭିତିରେ ଦୂରଦୁରାନ୍ତରୁ ଆସୁଥିବା ବିଭିନ୍ନ ଭାରୀଯାନ ଟ୍ରକ୍ ଗୁଡ଼ିକ କିପରି ସଠିକ୍ ଭାବେ ଯାତାୟତ ହେବ ସେଥି ପ୍ରତି ପୋର୍ଟ କର୍ତୃପକ୍ଷ ଏକ ମାଷ୍ଟର ପ୍ଲାନ୍ କରି ଏହାକୁ ତୁରନ୍ତ ସମାଧାନ କରିବା ନିମନ୍ତେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ଯୁବନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ, ଆଇନଜୀବୀ ପି. ଧର୍ମା ରେଡ୍ଡି ଓ ବ୍ରଜ ମୋହନ ଆଚାର୍ଯ୍ୟ , ବାଦଲ ବେହେରା, ଶ୍ରମିକନେତା କେ.ଏଲେୟା ଭାରତୀୟ ଜନତା ପାର୍ଟିର ମତ୍ସ୍ୟଜୀବୀ ୟୁନୟନର ଜିଲ୍ଲା ସମ୍ପାଦକ ଜି. ଜଗନ୍ନାଥ, କଣମଣା ଯୁବମୋର୍ଚ୍ଚାର ସଭାପତି ଏନ. ଦୀନବନ୍ଧୁ, କେ. ଦାଶରଥୀ, ଏସ୍. କ୍ରିଷ୍ଣା ଓ ପି. ରାମବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ