ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ଯାତ୍ରା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଭାରତୀୟ ଜନତାପାର୍ଟି ପକ୍ଷରୁ ୩୭ନଂ ଜୋନର ସମଣା ଠାରେ ଗାନ୍ଧୀ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଲୋକ ଦାସ ଓ ସୁଶାନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପିର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀଙ୍କ ନେତୃତ୍ୱରେ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ଆନନ୍ଦପୁର ନଗର ସଭାପତି ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ଜନହୀତକର ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିବା ସହିତ ଗାନ୍ଧିଜୀଙ୍କ ବିଭିନ୍ନ ନୀତି ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ମୋଦୀଜୀଙ୍କ ପ୍ଲାଷ୍ଟିକ ମୁକ୍ତ ଭାରତ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଗୁଡିକ କିପରି ସଫଳ ହେବ ସେ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ବିଜେପି କର୍ମୀମାନେ ବାହାରିପୁର ଛକ ଠାରୁ ଏକ ପଦଯାତ୍ରାରେ ବାହାରି ବାହାରିପୁର, ଚାପୁଣ୍ଡିଆ, ସମଣା ଆଦି ଗ୍ରାମ ପରିକ୍ରମା କରି ପ୍ଲାଷ୍ଟିକ ମୁକ୍ତ ଭାରତ, ମଦ ହଟାଅ ଦେଶ ବଞ୍ଚାଅ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ଶ୍ଳୋଗାନ ମାନ ଦେଇ ଲୋକମାନଙ୍କୁ ସଚେତନତା କରିଥିଲେ । ଏହି ସଙ୍କଳ୍ପ ଯାତ୍ରାରେ ସୁଶାନ୍ତ ବେହେରା, ଅଧର ବେହେରା, ସୁଶାନ୍ତ ସାହୁ, ପ୍ରଶାନ୍ତ ସାହା, ରବିନ୍ଦ୍ର ମଣ୍ଡଳ, ନିରଞ୍ଜନ ବାରିକ, ଦେବରାଜ ବାରିକ, ବୃନ୍ଦାବନ ପ୍ରଧାନ, ପଞ୍ଚାନନ ବସନ୍ତିଆ, ଭରତ ରାଉଳ, ରମାକାନ୍ତ ସାହୁ, ଧନେଶ୍ୱର କର, ନନ୍ଦ କିଶୋର ଜେନା, ଅନାଥ ଜେନା, କିର୍ତ୍ତନ ବାରିକ, ପର୍ଶୁରାମ ଜେନା, ସୁରେନ୍ଦ୍ର ଶଙ୍ଖୁଆ, ନିତ୍ୟାନନ୍ଦ ବେହେରା, ପଦ୍ମନାଭ ଜେନା, ମଧୁସୁଦନ ଜେନା, ମଧୁସୁଦନ ସ୍ୱାଇଁ, କରୁଣାକର ରାଉତ, ସରୋଜ ଜେନା, ଅକ୍ଷୟ ରାଉତ, ଟୁକୁନା ଦାସ, ରାଜେଶ ନାୟକ, ମାନସ ବିଶ୍ୱାଳଙ୍କ ସମେତ ପାଞ୍ଚଶହରୁ ଉର୍ଦ୍ଧ ବିଜେପି କର୍ମୀ ସାମିଲ ହୋଇଥିଲେ ।


