ବିଜେପି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଗାଡିର ଶୁଭାରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକର ୨୦ ନମ୍ବର ଜୋନ୍ ର ବିଜେପି ପ୍ରାର୍ଥୀ ଏନ୍. ଦିନବନ୍ଧୁଙ୍କ ନିର୍ବାଚନୀ ପ୍ରଚାର ଗାଡି ଆଜି ଶୁଭାରମ୍ଭ ହୋଇଛି । ଏହା ସହିତ ସେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁଶାସନ ଏବଂ ଜନ ମଙ୍ଗଳ ଯୋଜନାକୁ ଆଧାର କରି ସେ ଭୋଟରଙ୍କ ନିକଟରେ ପହଂଚି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । ୨୦ ନମ୍ବର ଜୋନରେ ଅଧିକ ମାତ୍ରାରେ ମତ୍ସ୍ୟଜିବୀ ସଂପ୍ରଦାୟର ଲୋକ ମାନେ ରହିଥିବାରୁ ସେ ମତ୍ସ୍ୟଜିବୀ ମାନଙ୍କ ବିକାଶ ଦିଗରେ ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି ବୋଲି ବିଜେପି ପ୍ରାର୍ଥୀ ଏନ. ଦୀନବନ୍ଧୁ କହିଛନ୍ତି । ଏହି ଶୁଭାରମ୍ଭ ଓ ପ୍ରଚାର କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା ପ୍ରଶାନ୍ତ କୁମାର କର, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ବରିଷ୍ଠ ବିଜେପି ନେତା ଡାକ୍ତର ସୁବାସ ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଆଇନଜିବୀ ପ୍ରଦୀପ କୁମାର ପାଢୀ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ବି. ଶଙ୍କର ରେଡ୍ଡି, ଅମରେଶ ମହାରଣାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


