ଓକିଲ ସଂଘର ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଓକିଲ ସଂଘର ନୂତନ ସଭାଗୃହ ଓ ପାଠାଗୃହ ନିମନ୍ତେ ଏକ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବା ସକାଶେ ଆଜି ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଧାନମନ୍ତ୍ରୀ, ରେଳ ଓ ସୂଚନା ମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ହୋଇଥିଲେ ମଧ୍ୟ ଓକିଲ ସଂଘ ପରିସରରେ ଆବଶ୍ୟକ ଥିବା ସମ୍ମିଳନୀ କକ୍ଷ ଓ ପାଠାଗାର ନଥିବାରୁ ସଭ୍ୟ ମାନେ ବୈଠକ କରିବାରେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ଏହାକୁ ବିଚାର କରି ଅନୁଦାନ ପ୍ରଦାନ ସକାଶେ ଶ୍ରୀ ପାଢୀ ନିବେଦନ କରିଛନ୍ତି । ପୂର୍ବରୁ ଏନେଇ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଓକିଲ ସଂଘରେ ୨୫୦ ଜଣ ସଭ୍ୟ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ