ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ

ପଶ୍ଚିମବଙ୍ଗ ଆସନସୋଲରେ ଆଜି ମତଦାନ ଆରମ୍ଭ ହେଉ ହେଉ ନିର୍ବାଚନୀ ହିଂସା ଦେଖାଦେଇଛି । ଆସନସୋଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜେମୁଆରେ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହି ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ କରାଯାଇଛି । ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବାବେଳେ ସେ ନିଜେ ସୁରକ୍ଷିତ ଅଛନ୍ତି । ଏ ନେଇ ବାବୁଲ ସୁପ୍ରିୟୋ ଥାନାରେ ଅଭିଯୋଗ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଛି । ଆସନସୋଲରୁ ବିଜେପିର ବାବୁଲ ସୁପ୍ରିୟୋ ଓ ଟିଏମ୍‌ସିର ଅଭିନେତ୍ରୀ ମୁନମୁନ ସେନଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି । ବାବୁଲଙ୍କ ଅଭିଯୋଗ ମୁତାବକ , ଆଜି ସକାଳେ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ବିଭିନ୍ନ ବୁଥକୁ ଯାଇ ବୁଲି ଦେଖୁଥିଲେ । ଏହି ସମୟରେ ଜେମୁଆ ଅଭିମୁଖେ ଯାଉଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । କିଛି ଲୋକ ତାଙ୍କ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ । ଏ ସମସ୍ତ କାଣ୍ଡ ଟିଏମ୍‌ସି କର୍ମୀମାନେ କରିଛନ୍ତି ବୋଲି ସେ ସିଧାସଳଖ ଆରୋପ ଲଗାଇଛନ୍ତି ।ଏହା ପୂର୍ବରୁ ଜେମୁଆରେ ହିଂସା ଦେଖା ଦେଇଥିଲା । ଜେମୁଆ ସୁବୁଠାରୁ ସମ୍ବେଦନଶୀଳ ବୁଥ । ସେଠାରେ ଥିବୋ ୨୨୨ ଓ ୨୨୬ ନମ୍ବର ବୁଥରେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ କରାଯିବାରୁ ଲୋକମାନେ ଭୋଟ ବର୍ଜନ କରିଥିଲେ । ସକାଳ ୧୦ଟା ଯାଏଁ ସେଠାରେ ମତଦାନ ହୋଇ ପାରୁ ନ ଥିଲା ଏବଂ ମତଦାତାମାନେ ବିରୋଧ ପ୍ରଦର୍ଶନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ