ବିଜେପି ର ସେବା ସପ୍ତାହ ଆରମ୍ଭ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ପାଇଁ ବିଜେପି ଆଜି ଠାରୁ ଆରମ୍ଭ କରିଛି ସେବା ସପ୍ତାହ । ଏହି ଅବସର ରେ ନିମାପଡ଼ା ବିଜେପି ଦଳ ପକ୍ଷରୁ ଆଜି ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯିବା ସହ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଦଳୀୟ ନେତା ଦିଲୀପ ନାୟକ ଯୋଗ ଦେଇ କହିଲେ ଯେ,ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାକୁ ବିଜେଡି ସରକାର ଲୁଟି ଚାଲିଛନ୍ତି ।ଏହି ସମୟ ମଧ୍ୟରେ ୨୨ ଟି ଭଲ କାମର ହିସାବ ତାଙ୍କ ପାଖରେ ନାହିଁ ।୨୦୨୪ ନିର୍ବାଚନରେ ଜନତା ବିଜେଡ଼ି ସରକାର କୁ ଉପଯୁକ୍ତ ଜବାବ ଦେବେ ବୋଲି ଶ୍ରୀ ନାୟକ କହିଥିଲେ ।ଆସନ୍ତୁ ସମସ୍ତେ ମିଳିମିଶି ବିଜେଡ଼ି ସରକାର ର ଦୁର୍ନୀତି କୁ ଲୋକ ଲୋଚନ କୁ ଆଣିବା। ବିଜେଡ଼ି କୁ ଟକ୍କର ଦେବାକୁ ସବୁ ଦଳୀୟ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ।ବିଜେପି ରାଜ୍ୟ ଉପ ସଭାପତି ପ୍ରଭାତୀ ପରିଡ଼ା ଯୋଗଦେଇ ଦଳକୁ ଅଧିକ ସଂଗଠିତ ଏବଂ ଶକ୍ତିଶାଳୀ କରାଯିବ ବୋଲି କହିଥିଲେ ।ମତଦାନ କେନ୍ଦ୍ର ସ୍ତରରୁ ସଂଗଠନ କୁ ସୁଦୃଢ କରିବା ସହ କେନ୍ଦ୍ରୀୟ ଯୋଜନା ଗୁଡିକ ଯେପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଦଳୀୟ କର୍ମୀ ମାନଙ୍କୁ କହିଥିଲେ ।ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳ ସଭାପତି ,ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ଓଝା ,କୃଷ୍ଣ ଚନ୍ଦ୍ର ସ୍ବାଇଁ ,ପ୍ରଦୀପ ନାୟକ ,ମାନସ ପ୍ରଧାନ ,ଦିଲ୍ଲୀପ ପାତ୍ର ,ବରିଷ୍ଠ ନେତା ନିରଞ୍ଜନ ମହାପାତ୍ର ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ