ବିଜ୍ଞାନ ମହାବିଦ୍ୟାଳୟର ବିଭିନ୍ନ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ
ଛତ୍ରପୁର : ଚଳିତ ବିଧାନସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କୁ ପ୍ରଶ୍ନ କରିଥିଲେ ଯେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବହୁ ସଂଖ୍ୟାରେ ଅଧ୍ୟାପକ ପଦବୀ ଖାଲି ରହିଛି । ବିଶେଷ କରି +୩ ଡିଗ୍ରୀ ପାଠ୍ୟକ୍ରମରେ ବହୁତ ଅଧ୍ୟାପକ ନାହାନ୍ତି । ଉକ୍ତ କଲେଜର ଖାଲି ପଡ଼ିଥିବା ଅଧ୍ୟାପକ ପଦବୀକୁ ପୂରଣ କରିବା ପାଇଁ ଏବଂ କଲେଜରେ ନିୟମିତ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ । ଉତରରେ ମନ୍ତ୍ରୀ ଡ.ସାହୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମଞ୍ଜୁରପ୍ରାପ୍ତ ଅଧ୍ୟାପକ ସଂଖ୍ୟା ଓ କାର୍ଯ୍ୟରତ ଅଧ୍ୟାପକ ସଂଖ୍ୟା ଓ ଖାଲି ପଡ଼ିଥିବା ପଦବୀଗୁଡ଼ିକର ସବିଶେଷ ବିବରଣୀ ପରିଶିଷ୍ଟ (କ)ରେ ସଲଗ୍ନ କରାଗଲା । ଉକ୍ତ କଲେଜ ସମେତ ରାଜ୍ୟର ଅନ୍ୟାନ୍ୟ ସରକାରୀ ଡିଗ୍ରୀ କଲେଜରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକରେ ସମ୍ପ୍ରତି ଓଡ଼ିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ଜାରି ରହିଥିବା ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହେଲେ ୬୦୬ ଜଣ ଅଧ୍ୟାପକଙ୍କୁ ଆବଶ୍ୟକତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯିବ । ଏଥିବ୍ୟତୀତ ବର୍ତମାନ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଚାଲୁ ରହିଥିବା ସ୍ଥାୟୀ ଅଧ୍ୟକ୍ଷ ଚୟନ ପକ୍ରିୟା ଶେଷ ହେଲା ପରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ଦିଆଯିବ ।


