ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ଉତ୍ସବ
ଯାଜପୁର: ଯାଜପୁର ସଂସ୍କୃତି ଭବନ ପରିସରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଅଭିମନ୍ୟୁ ସାଂସ୍କୃତିକ ପରିଷଦ ଓ ଜିଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ଆୟୋଜିତ ଏହି ଉତ୍ସବରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରପେଂସର ମନୋରଂଜନ ମହାନ୍ତି ଯୋଗ ଦେଇ କବିଙ୍କ କାଳଜୟୀ କାବ୍ୟ ସଂପର୍କରେ ଅବତାରଣା କରିଥିଲେ । ଅଭିମନ୍ୟୁଙ୍କ ଉଚ୍ଚ କୋଟିର ସାହିତ୍ୟ ଆଜି ଅନେକ ସାହିତ୍ୟିକ ମାନଙ୍କ ପାଇଁ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ । ଏହି ଅବସରରେ ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ବହୁ ସାହିତ୍ୟିକ,ବୁଦ୍ଧିଜିବି ଯୋଗ ଦେଇଥିଲେ । ଅଭିମୁନ୍ୟୁଙ୍କୁ ସମ୍ମାନ ଜଣାଇ ଯାଜପୁରରେ ପ୍ରସ୍ତାବିତ ମେଡିକାଲ କଲେଜଙ୍କୁ ତାଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ଜିଲାପାଳ ସୂଚନା ଦେଇଥିଲେ ।


